ମହିଳା ସ୍ନାତକ ମହାବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ରୀନା ସାହୁ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ନିଜ ଅଭିଭାଷଣରେ ଦେଶର ମହାନ ସଂଗ୍ରାମୀ ମାନଙ୍କ ଅବଦାନ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ତ୍ରିରଙ୍ଗାର ତିନୋଟି ରଙ୍ଗ କିଭଳି ଶାନ୍ତି,ବଳିଦାନ ଓ ବିକାଶର ପ୍ରତୀକ ତାହା ବୁଝାଇଥିଲେ।
ସେହି ଭଳି ଅଧ୍ୟାପିକା ଡ. ଭାରତୀ ପାଣିଗ୍ରାହୀ ମଧ୍ୟ ଆଜିର ମହାମାରୀ କରୋନା ସମୟରେ ନିଜ ଧୈର୍ଯ୍ୟ ନ ହରାଇ ଜାତୀୟ ସଦ୍ ଭାବନାରେ ଜଡିତ ହୋଇ ଏହାର ମୁକାବିଲା ପାଇଁ ସମସ୍ତେ ହାତ ମିଶାଇବାକୁ ଆହ୍ୱାନ ଦେଇ ଥିଲେ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ।

Leave A Reply

Your email address will not be published.