ଦେବେନ୍ଦ୍ର ମହାପାତ୍ରଙ୍କ ବିୟୋଗ ସମାଜ ପାଇଁ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି : ସମୀର ମହାନ୍ତି

0

ରାଜ୍ୟ ବିଜେପିର ପ୍ରଥମ ସାଧାରଣ ସଂପାଦକ (ସଂଗଠନ) ତଥା ଉତ୍କଳ ପ୍ରାନ୍ତର ପୂର୍ବତନ ସହ କାର୍ଯ୍ୟବାହ ଦେେବେନ୍ଦ୍ର ମହାପାତ୍ରଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର,:ରାଜ୍ୟ ବିଜେପିର ପ୍ରଥମ ସାଧାରଣ ସଂପାଦକ (ସଂଗଠନ) ତଥା ଉକ୍ରଳ ପ୍ରାନ୍ତର ପୂର୍ବତନ ସହ କାର୍ଯ୍ୟବାହ ଶ୍ରୀ ଦେବେନ୍ଦ୍ର ମହାପାତ୍ରଙ୍କ ଗତକାଲି ସଂଧ୍ୟାରେ ଭୂବନେଶ୍ୱର ସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି । ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ବରିଷ୍ଠ ନେତା ସଜ୍ଜନ କୁମାର ଶର୍ମା, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ପ୍ରମୁଖ ନେତୃବୃନ୍ଦ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସବଳକଣା ଗ୍ରାମରେ ଜନ୍ମିତସ୍ୱର୍ଗତଃ ମହାପାତ୍ର ପ୍ରଥମେ ଓକିଲାତି ପେଶାରୁ କାର୍ଯ୍ୟ ଆରମ୍ଭ କରିଥିଲେ । ରାଷ୍ଟ୍ରବାଦୀ ବିଚାରାଧାରାରେ ଅନୁପ୍ରାଣିତ ହୋଇ ସ୍ୱର୍ଗତଃ ମହାପାତ୍ର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହିତ ଯୋଡି ହୋଇ ପରବର୍ତୀ ସମୟରେ ଉକ୍ରଳ ପ୍ରାନ୍ତର ସହ କାର୍ଯ୍ୟବାହ ଦାୟୀତ୍ୱ ନିର୍ବାହ କରିଥିଲେ । ଭାରତୀୟ ଜନତା ପାର୍ଟୀର ପ୍ରଥମ ସାଧାରଣ ସଂପାଦକ (ସଂଗଠନ)ର ଦାୟୀତ୍ୱକୁ ସୁଚାରୁ ରୂପେ ନିର୍ବାହ କରି ଦଳୀୟ ସଂଗଠନକୁ ତୃଣମୁଳ ସ୍ତରରେ ପହଂଚାଇବାରେ ତାଙ୍କର ଅଗ୍ରଣୀ ଭୂମିକା ଚିର ସ୍ମରଣୀୟ ହୋଇ ରହିବ । ଜଣେ ସୁସଂଗଠକ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସ୍ୱର୍ଗତଃ ମହାପାତ୍ର ପାର୍ଟୀ କାର୍ଯ୍ୟକର୍ତାଙ୍କ ପାଇଁ ସର୍ବଦା ପ୍ରେରଣା ହୋଇ ରହିବେ । ସ୍ୱର୍ଗତଃ ମହାପାତ୍ରଙ୍କ ବିୟୋଗ ସମାଜ ପାଇଁ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛିବୋଲି ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଗଭୀର ଶୋକ ବ୍ୟକ୍ତ କରି କହିଛନ୍ତି ।
ସ୍ୱର୍ଗତଃ ମହାପାତ୍ରଙ୍କ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ରାଜ୍ୟ ବିଜେପି ତରଫରୁ ଶ୍ରୀ ମହାନ୍ତି ସମବେଦନା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.