ପ୍ରକାଶ ପାଇଲା ଯୁକ୍ତ-୨ କଳା ବିଭାଗର ପରୀକ୍ଷା ଫଳ

0

ଭୁବନେଶ୍ୱର :ଆଜି ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷାପରିଷଦ ପକ୍ଷରୁ ଯୁକ୍ତ -୨ କଳା ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଛିା
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଏହି ପରୀକ୍ଷା ଫଳକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତିା ସମଗ୍ର ରାଜ୍ୟରେ ୧୧୯୫ ମହାବିଦ୍ୟାଳୟର ୨ ଲକ୍ଷ ୨୦ ହଜାର ୨୦୨ ଜଣ ବିଦ୍ୟାର୍ଥୀ ଏହି ପରୀକ୍ଷା ପାଇଁ ନାମ ପଂଜୀକରଣ କରିଥିବାବେଳେ ଏଥିରେ ମଧ୍ୟରେ ୧,୮୯,୩୬୩ ରେଗୁଲାର, ୨୬,୩୦୬ ଜଣ ଏକ୍ସ-ରେଗୁଲାର ଏବଂ ୪,୫୩୩ ଜଣ କରେସ୍ପଣ୍ଡେଣ୍ଟ କୋର୍ସର ଛାତ୍ରଛାତ୍ରୀ ରହିଛନ୍ତିା ପରୀକ୍ଷାରେ ଯୋଗଦେଇଥିବା ୨ ଲକ୍ଷ ୨୦ ହଜାର ୮୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧ ଲକ୍ଷ ୯୬ ହଜାର ୯୫୯ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତିା ଚଳିତ ବର୍ଷ କଳା ବିଷୟରେ ପାସ ହାର ୮୯.୪୯ ପ୍ରତିଶତ ରହିଛିା ଏମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୦,୬୮୫ ଜଣ, ଦ୍ୱିତୀୟ ଶ୍ରେଣୀରେ ୪୬,୫୬୩ ଜଣ, ତୃତୀୟ ଶ୍ରେଣୀରେ ୧,୧୯,୫୦୫ ଜଣ ଏବଂ କମ୍ପାର୍ଟମେଣ୍ଟରେ ୨୦୬ ଜଣ ପାସ୍ କରିଛନ୍ତିା
ପରୀକ୍ଷା ଫଳ ପ୍ରକାଶନ ସମୟରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଡ. ଗଙ୍ଗାଧର ସାହୁ, ପରୀକ୍ଷା ନିୟନ୍ତ୍ରକ ଡ. ବିଜୟ କୁମାର ସାହୁ, ଉପାଧ୍ୟକ୍ଷା ତୁଷାରକାନ୍ତି ତ୍ରିପାଠୀ ଏବଂ ସଚିବ ଶ୍ରୀମତୀ ନୟି ତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲୋ

Leave A Reply

Your email address will not be published.