ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) : ଆଜି ଭୋରରୁ ବାଟଗାଁ ନିକଟସ୍ଥ ଟିକିରା ନଦୀରେ ସ୍ନାନ କରୁଥିବା ବେଳେ ଜଣେ ଯୁବକ ମୃତ୍ୟୁବରଣ କରଥିବା ଜଣା ପଡିଛି। ପ୍ରକାଶ ଯେ, ନାକଟିଦେଉଳ ଥାନା ବାଟଗାଁ ଗ୍ରାମର ଝସକେତନ ଦେହୁରୀ (୩୦) ନାମକ ଯୁବକ କୁଞାମୁରା ଶିବ ମନ୍ଦିର ରେ ମନସ୍କାମନା ପୂରଣ ପାଇଁ କିଛି ଦିନ ହେଲା ଅଧିଆ ପଡିଥିଲେ। ଆଜି ଭୋରରୁ ସେ ସ୍ନାନ କରିବା ପାଇଁ ଟିକିରା ନଦୀ କୂଳକୁ ଯାଇଥିବା ବେଳେ ନଦୀରେ ଭାସି ଯାଇଥିଲେ। ଗାଁ ଲୋକେ ସଙ୍ଗେ ସଙ୍ଗେ ପୋଲିସ, ଦମକଳ ବାହିନୀକୁ ଖବର ଦେଇଥିଲେ। ପୋଲିସ୍ ଓ ଦମକଳ ବାହିନୀ ଯାଇ ଶବ କୁ ଉଦ୍ଧାର କରିଥିଲେ।
ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ରେଢାଖୋଲ ଡାକ୍ତରଖାନାକୁ ପଠାଇଥିବା ଜଣା ପଡିଛି। ମୃତ ପରିବାରକୁ ସରକାରଙ୍କ ତରଫରୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି। ସେପଟେ ନାକଟିଦେଉଳ ତହସିଲ୍ଦାର ପଚାରିବାରୁ ମୁଁ ଏହାର ତଦନ୍ତ ଆର.ଆଇକୁ କରିବାକୁ କହିଛି ଏବଂ ମୁଁ ଏହାର ତଦନ୍ତ କଲାପରେ ସରକାରଙ୍କ ନିୟମ ଅନୁଯାୟୀ ସହଯୋଗ ମିଳିବ ବୋଲି ତହସିଲ୍ଦାର ସୁକାନ୍ତ ନାଏକ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post