ନାକଟିଦେଉଳରୁ ଭୁବନେଶ୍ୱରକୁ ସରକାରୀ ବସ୍ ସେବା ଆରମ୍ଭ

0 2

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ମଙ୍ଗଳବାର ଠାରୁ ନାକଟିଦେଉଳରୁ ଭୂବନେଶ୍ୱରକୁ ଏକ ସରକାରୀ ବସ୍ ଚାଲିବା ଆରମ୍ଭ ହୋଇଥିବାରୁ ଅଂଚଳବାସୀ ମଧ୍ୟରେ ଆନନ୍ଦ ଖେଳିଯାଇଛି।
ମାନ୍ୟବର ମୂଖ୍ୟମନ୍ତ୍ରୀ ଓ ବିଧାୟକଙ୍କ ଉଦ୍ୟମରେ ଏହି ସରକାରୀ ବସ୍ ସେବା ଆରମ୍ଭ ହୋଇଛି। ନାକଟିଦେଉଳ ବାସୀଙ୍କର ଗମନା ଗମନକୁ ଆଖିଆଗରେ ରଖି ମାନ୍ୟବର ବିଧାୟକ ଇଂ ରୋହିତ ପୂଝାରୀଙ୍କ ଉଦ୍ୟମକୁ ଅଂଚଳବାସୀ ପ୍ରଶଂସା କରିଛନ୍ତି। ଭବିଷ୍ୟତରେ ଏହା କିସିଣ୍ଡାରୁ ରୁ ଭୂବନେଶ୍ୱରକୁ ଯିବାକୁ ଦାବୀ ହେଉଛି। ଏହି ବସ୍ ସେବା ଯୋଗୁଁ ନାକଟିଦେଉଳର ବାସିନ୍ଦା ମାନେ ସିଧା ସଳଖ ରାଜଧାନୀ ସହ ଯୋଡି ହେବେ। ସକାଳ ୪.୩୦ ରୁ ନାକଟିଦେଉଳରୁ ଛାଡିବ ଏବଂ ସଂଧ୍ୟା ୪.୩୦ ରେ ଭୂବନେଶ୍ୱରରୁ ଛାଡିବ ବୋଲି ଜଣା ପଡିଛି।

Leave A Reply

Your email address will not be published.