ଟ୍ରାନ୍ସଫର୍ମରକୁ ଚଢି ଉଚ୍ଚଶିକ୍ଷିତ ଯୁବକଙ୍କ ଆତ୍ମହତ୍ୟା।

0 1

ଝାରବନ୍ଧ-ମନୋହର ଦାଶ: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅନ୍ତର୍ଗତ ଲଖମରା ଦେବଦର୍ହା ନିକଟସ୍ଥ ମାଳିଡିହି ଗ୍ରାମ ଠାରେ ଆଜି ସକାଳେ ବିଜୁଳି ଖମ୍ବ କୁ ଚଢି ଟ୍ରାନ୍ସଫର୍ମର କୁ ଧରି ଏକ ୨୫ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଥିବା ନେଇ ଉକ୍ତ ଗ୍ରାମବାସୀ ଜଗଦଲପୁର ଥାନା କୁ ସୂଚନା ଦେଇଥିଲେ ଉକ୍ତ ସୂଚନା ପାଇ ଜଗଦଲପୁର ଥାନା ଅଧିକାରୀ ବିରବର ଭଗତ ,ଏ.ଏସ.ଆଇ ସତ୍ୟାନନ୍ଦ ଭୁଏ,ହାବିଲଦାର ଜିତେନ୍ଦ୍ର ଦାଶ ଓ ଟିମ ତୁରନ୍ତ ଘଟଣା ସ୍ଥଳ ରେ ପହଞ୍ଚି ଗ୍ରାମବାସୀ ଙ୍କ ସହାୟତା ରେ ଶବ କୁ ଉଦ୍ଧାର କରିଥିଲେ।ମୃତ ଯୁବକଟି ପଙ୍କଜ କୁମାର ସାହୁ ଛତିଶଗଡ଼ ରାଜ୍ୟ ମହାସମୁନ ଜିଲ୍ଲା ବସନା ଥାନା ଭଂରପୁର ସନ୍ତପାଲି ବୋଲି ତାର ପ୍ୟାଣ୍ଟ ପକେଟ ରୁ ବାହାରିଥିବା ଡ୍ରାଇଭିଂଲାଇସେନ୍ସ ରୁ ଜଣାପଡିଛି।ମୃତ୍ୟୁ ର କାରଣ ପ୍ରେମ ଜନିତ ସମ୍ପର୍କ ରୁ ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କ ଠୁ ଜଣାପଡିଛି।ମୃତ ଯୁବକ ଟି କଳାରେ ସେ ସ୍ନାତକୋତ୍ତr କରିଛନ୍ତି ବୋଲି ଜଣାପଡ଼ିଛି।ଶବ ବ୍ୟବଚ୍ଛେଦ ପରେ ଶବ କୁ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି।ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ୍ୟୁ ର ପ୍ରକୃତ ରହସ୍ୟ ବିଷୟ ରେ ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ଶ୍ରୀ ଭଗତ ସୂଚନା ଦେଇଛନ୍ତି।

Leave A Reply

Your email address will not be published.