ଭୁବନେଶ୍ୱର (ଶାସକ ପ୍ରଶାସକ)ବିଜୁ ମହିଳା ଜନତା ଦଳ ତରଫରୁ ବିଭିନ୍ନ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗୀନ ଛୁରିଆଙ୍କ ସୁପାରିଶ କ୍ରମେ ବିଜେଡି ସଭାପତି ନବୀନ ପଟ୍ଟନାୟକ ୩୫ ସାଂଗଠନିକ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ଦଳର ସାଧାରଣ ସମ୍ପାଦକ(ଗଣମାଧ୍ୟମ) ମାନସ ମଙ୍ଗରାଜଙ୍କ ଦ୍ୱାରା ଜାରି ଏକ ପ୍ରେସ ଇସ୍ତାହାରରେ ସୂଚନା ଦିଆଯାଇଛି |
ଡ. ଗୀତାଞ୍ଜଳି ବସ୍ତିଆଙ୍କୁ ଗଞ୍ଜାମ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଥିବା ବେଳେ ବାସନ୍ତୀ ମାଝୀଙ୍କୁ ବ୍ରହ୍ମପୁର, ଡ. ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ଖୋର୍ଦ୍ଧା, କସ୍ତୁରୀ ମହାପାତ୍ରଙ୍କୁ ଭୁବନେଶ୍ୱର, ସଂଯୁକ୍ତା ମହାନ୍ତି(ଯାଜପୁର)ଙ୍କୁ କେନ୍ଦୁଝର, ଉମିଲତା ଦାସଙ୍କୁ ମୟୁରଭଞ୍ଜ(୧), ସୁମିତ୍ରା ଜେନାଙ୍କୁ ମୟୁରଭଞ୍ଜ(୨, ପ୍ରଭାସିନୀ ଷଡ଼ଙ୍ଗୀଙ୍କୁ କଟକ, ସାଇଶ୍ରୀ ପଟ୍ଟନାୟକଙ୍କୁ କଟକ ନଗର, ଜ୍ୟୋତି ପାଣିଗ୍ରାହୀଙ୍କୁ ସୁନ୍ଦରଗଡ଼, ସାଧନା ସାମନ୍ତରାୟଙ୍କୁ ରାଉରକେଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି |
ସେହିପରି ସ୍ନିଗଧା ପାଣିଗ୍ରାହୀଙ୍କୁ ରାୟଗଡ଼ା, ବାସନ୍ତୀ ମହାପାତ୍ରଙ୍କୁ ବାଲେଶ୍ୱର, ରୁନୁ ଜେନାଙ୍କୁ ନୟାଗଡ଼, ସଂଯୁକ୍ତା ମହଲଙ୍କୁ ଜଗତସିଂହପୁର, ନିବେଦିତା ମହାନ୍ତିଙ୍କୁ ମାଲକାନଗିରି, ମମତା ବିଶୋୟୀଙ୍କୁ କନ୍ଧମାଳ, ନିବେଦିତା ନାୟକଙ୍କୁ ସମ୍ବଲପୁର, ସବିତା ମହାପାତ୍ର(ଜଗତସିଂହପୁର)ଙ୍କୁ କେନ୍ଦ୍ରାପଡ଼ା, କଲ୍ୟାଣୀ ନାୟକଙ୍କୁ ବଲାଙ୍ଗୀର, ପୁଷ୍ପାଞ୍ଜଳି ରଣାଙ୍କୁ ଅନୁଗୁଳ, ଅନିମା କହଁରଙ୍କୁ କଳାହାଣ୍ଡି, ସଂଧ୍ୟା ବିଶ୍ୱାଳଙ୍କୁ ପୁରୀ, ପ୍ରଭାସିନୀ ନନ୍ଦଙ୍କୁ ସୋନପୁର, ଭାରତୀ ସିଂଙ୍କୁ ଯାଜପୁର, ମାଳତୀ ସାହୁଙ୍କୁ ନୂଆପଡ଼ା, ମୀରା ପରିଡ଼ାଙ୍କୁ କୋରାପୁଟ, ଗୋପା ମହାନନ୍ଦଙ୍କୁ ବରଗଡ଼, ସୁଭଦ୍ରା ଦାସଙ୍କୁ ଭଦ୍ରକ, ପୁଷ୍ପାଞ୍ଜଳୀ ପାଣ୍ଡେଙ୍କୁ ନବରଙ୍ଗପୁର, ରଞ୍ଜୁଲତା ରାୟଙ୍କୁ ଢ଼େଙ୍କାନାଳ, ସଂଧ୍ୟାରାଣୀ ଲାକ୍ରାଙ୍କୁ ଝାରସୁଗୁଡ଼ା, ସିପ୍ରା ମହାନ୍ତିଙ୍କୁ ବୌଦ୍ଧ, ଜୟଶ୍ରୀ ଦାସଙ୍କୁ ଗଜପତି, ବନଜା ମହାନ୍ତିଙ୍କୁ ଦେବଗଡ଼ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି |
Sign in
Sign in
Recover your password.
A password will be e-mailed to you.
Prev Post