ରାୟଗଡ଼ା ଓ କଳାହାଣ୍ଡି ସୀମାନ୍ତରେ ସି ଆର୍ ପି ଏଫ୍ ଟିମ୍ ଙ୍କ କୁମ୍ବିଂ ଅପରେସନ

0 2

ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ।

କଲ୍ୟାସିଂହପୁର/ପ୍ରଦିପ ଦଳାଇ:ରାୟଗଡ଼ ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତର ତ୍ରିଲୋଚନପୁର୍ ଗାଁ ଠାରେ ଥିବା ଚତୁର୍ଥ ବେଟାଲିଆନ୍ ପକ୍ଷରୁ କୁମ୍ବିଂ ଅପରେସନ ସମୟରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ରାୟଗଡ଼ା ଚତୁର୍ଥ ବେଟାଲିଆନ୍ ସି ଆର୍ ପି ଏଫ୍ ର ଦ୍ଵିତୀୟ କମାଡେଣ୍ଟ ମିତୁ ରୟ ଙ୍କ କହିବା ଅନୁସାରେ ଆଜି ସକାଳ ନ ଘଣ୍ଟା ସମୟରେ ତାଡ଼ିଖୋଲା ଗ୍ରାମ ନିକଟରେ କୁମ୍ବିଂ ଅପରେସନ ସମୟରେ ସନ୍ଧାନି କୁକୁର ଜିପ୍ ଦ୍ଵାରା ତାଡ଼ିଖୋଲା ଜଙ୍ଗଲ ଅତିକ୍ରମ କରିବା ସମୟରେ ସନ୍ଧାନୀ କୁକୁରର ଦ୍ଵାରା କିଛି ସନ୍ଦେହ ହେବା ପରେ ସି ଆର୍ ପି ଏଫ୍ ଦ୍ଵିତୀୟ କମାଡେଣ୍ଟ ମିତୁ ରୟ ଏବଂ ତ୍ରିଲୋଚନପୁର ଚତୁର୍ଥ ବେଟାଲିଅନ୍ ର ଆସିଷ୍ଟେନ୍ଟ କମାଡେନ୍ଟ ସି ଆର୍ ପି ଏଫ୍ ପ୍ରବୀଣ କୁମାର ନେଇନ୍ୱାଲ୍ ଓ ଯବାନ ଙ୍କ ମିଳିତ ଉଦ୍ୟମରେ ସନ୍ଧାନୀ କୁକୁରର ସହାୟତାରେ ଘଟଣା ସ୍ଥଳକୁ ପହଞ୍ଚି ମାଓ ବିସ୍ପୋରକ ସାମଗ୍ରୀ ସହ ଏକ ମାଓ ବ୍ୟାନର ଜବତ କରାଯାଇଛି। ନକ୍ସଲ ଙ୍କ ସହିଦ୍ ଦିବସ ରେ ଏକ ବଡ଼ ଦୁର୍ଘଟଣା ଘଟେଇବା ଯୋଜନା କୁ ଭଣ୍ଡୁର କରିଛି ସି ଆର୍ ପି ଏଫ୍ ଚତୁର୍ଥ ବେଟାଲିଅନ୍ ଯାହାକି ଏହା ଏକ ସି ଆର୍ ପି ଏଫ୍ ଙ୍କ ପାଇଁ ବଡ଼ ସଫଳତା ବିଷୟ ପାଲଟିଛି। ଏହି ଘଟଣା ପରେ ସି ଆର୍ ପି ଏଫ୍ ର ଦ୍ଵିତୀୟ କମାଡେଣ୍ଟ ମୀତୁ ରୟ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.