ଗରିବ ଲୋକଙ୍କୁ ଘର ପାଇବାରୁ ବଞ୍ଚିତ କରିବା ଲାଗି ବିଜେପି ଷଡଯନ୍ତ୍ର ଚଳାଇଛି: ବିଜେଡି

0 1

Biju Janata Dal Odisha (BJD) | Political Party In Odisha

ଭୁବନେଶ୍ୱର: ଓଡିଶାର ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‍ଏୱାଇ) ଯୋଜନାରେ ଘର ପାଇବାରୁ ବଞ୍ଚିତ କରିବାପାଇଁ ବିଜେପିର ଷଡଯନ୍ତ୍ର ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦୁଃଖଦ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । 

ରାଜ୍ୟ ବିଜେପି ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର କହିଛନ୍ତି ଯେ ଇଏ ହେଉଛି ସେହି ସମାନ କେନ୍ଦ୍ର ସରକାର ଯିଏ ଗ୍ରାମାଞ୍ଚଳ ଗୃହ ନିର୍ମାଣ କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଓଡିଶାକୁ ପୁରସ୍କୃତ କରିଛି ।

ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଗରିବ ଲୋକଙ୍କ ଅଧିକାରକୁ ନେଇ ବିଜେପି ରାଜନୀତି କରିବା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେମାନଙ୍କୁ ଘର ପାଇବାରୁ ବଞ୍ଚିତ ଲାଗି ଷଡଯନ୍ତ୍ର କରୁଛି, ଯାହା କି ସେମାନଙ୍କର ଅଧିକାର ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି । 

Leave A Reply

Your email address will not be published.