ସୁନ୍ଦରଗଡ /ହୋରାଚାନ୍ଦ ଦେଉରିଆ:- ଆଜି ସକାଳ ସ୍ଥାନୀୟ ଡିଆରଡ଼ିଏ ଛକ ଠାରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଏମ .ଡ଼ି .ଫୈଜ଼ାଲଙ୍କ ନେତୃତ୍ୱରେ ଓଡିଶା ଷ୍ଟାଫ ସିଲେକସନ କମିଶନଙ୍କ ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସହାୟକଙ୍କ ଦ୍ୱାରା ହୋଇଥିବା ମହାଦୁର୍ନୀତି ର ସିବିଆଇ ତଦନ୍ତ ଅତ୍ୟନ୍ତ ଆବଶ୍ୟକ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଥିବା ବେଳେ ଗତ ୩ ବର୍ଷ ତଳେ ହୋଇଥିବା ବିଭିନ୍ନ ଚୟନ ପରୀକ୍ଷା ଯଥା ଇଂଜିନିୟରିଂ ପଦଵୀ ପୂରଣ , ସେକ୍ରେଟାରୀଏଟ ଏଏସଓ ପାଇଁ ମୋଟା ଅଙ୍କର ଟଙ୍କା ଏହି ଦୁର୍ନୀତିଗସ୍ତ ବିଭାଗରେ ମିଳିମିଶି ଭକ୍ଷଣ କରିଥିବା ଏବେ ପ୍ରମୁଖ ବିଷୟ ହୋଇଥିବା ବେଳେ ଆଜିକା ଦିନରେ ରାଜ୍ୟର ୩୦ଗୋଟି ଜିଲ୍ଲାର ବିଭିନ୍ନ ନିର୍ମାଣ ବିଭାଗ ଯଥା ପୁର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ, ଗ୍ରାମ୍ୟ ବିଭାଜନ ,ପଞ୍ଚାୟତିରାଜ ଅଧୀନରେ ରହିଥିବା ବିଭିନ୍ନ ବ୍ଲକ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ମାଣ ବିଭାଗରେ କାର୍ଯ୍ୟରତ ଥିବା ସହକାରୀ ଯନ୍ତ୍ରୀ ମାନେ ଆଜିକା ଦିନରେ ଭଲଭାବରେ ଗୋଟିଏ ଆଷ୍ଟିମେଟ ତିଆରି କରିବାରେ ଫେଲ ମାରୁଥିବା ଅନେକ ସମୟରେ ବିଭିନ୍ନ ଜାଗାରେ ଦୃଷ୍ଟି ଗୋଚର ହେଉଛି ତେଣୁ ସାଧାରଣ ରେ ସନ୍ଦେହ ସୃଷ୍ଟି କରିବା ନିଃସନ୍ଦେହ ତେଣୁ ରାଜ୍ୟ ସରକାରଙ୍କ ଅଧୀନରେ ରହିଥିବା ଷ୍ଟାପ ସିଲେକସନ କାର୍ଯ୍ୟାଳୟ ପକ୍ଷରୁ ବିଗତ ପାଞ୍ଚ ବର୍ଷ ଭିତରେ ହୋଇଥିବା ସମସ୍ତ ସରକାରୀ ଚାକିରୀ ପାଇଥିବା ବ୍ୟକ୍ତି ବିଶେଷଙ୍କୁ ତଦନ୍ତ ପରିସର ଭୁକ୍ତ କରାଗଲେ ଆହୁରି ସତ୍ୟାସତ୍ୟ ପଦାକୁ ଆସିବ ଦାବିରେ ବିକ୍ଷୋବ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ଏହି ମହା ଦୁର୍ନୀତିରୁ ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲି ଯାଇଛି | ମେଧାବୀ ପ୍ରାର୍ଥୀ ଚୟନ ରେ କିଭଳି ଲକ୍ଷ ଲକ୍ଷ ଟଙ୍କା ରେ ଚାକିରୀ କିଣା ବିକା ହେଉଥିଲା ଏବଂ ଏଥିରେ କେବଳ ଯେ ଜଣେ ବ୍ୟକ୍ତି ଜଡିତ ନାହାନ୍ତି ,ବରଂ ଉପରୁ ତଳ ପର୍ଯ୍ୟନ୍ତ ସମସ୍ତେ ଜଡିତ ଥିବାର ଗନ୍ଧ ସ୍ପଷ୍ଠ ବାରି ହେଉଛି | ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ବେଣୁ ମାଧବ ତ୍ରିପାଠୀ , ଉପସଭାପତି ଅଜିତ ପ୍ରସାଦ ,ସତ୍ୟ ନାରାୟଣ ସାହୁ ,ଟାଉନ କଂଗ୍ରେସ ସଭାପତି ନେପାଳ ଚନ୍ଦ୍ର ସାହୁ , ସାଧାରଣ ସମ୍ପାଦକ ପ୍ରଣବ କୁମାର ସିଂ ,ବବଲୁ ବେନୀବାଲ,ଵିଧାନ ସଭା କ୍ଷେତ୍ର ଯୁବ ସଭାପତି ବିଶ୍ୱଜିତ ପଟ ନାଏକ,ତଥା ବହୁ ସଂଖ୍ୟା ରେ ଯୁବ ଓ ଛାତ୍ର ମାନେ ଯୋଗ ଦେଇଥିଲେ ,ମାନ୍ୟବର ରାଜ୍ୟ ପାଲଙ୍କ ଉଦ୍ୟେଶ୍ୟରେ ଏକ ସ୍ମାରକପତ୍ର ଉପ ଜିଲ୍ଳାପାଳଙ୍କ ଜରିଆରେ ଦେଇଥିଲେ | ଏବଂ ମୁଖ୍ୟମନ୍ତ୍ରୀ ଓ ଓଏସଏସସି ଅଧ୍ୟକ୍ଷଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ |
Sign in
Sign in
Recover your password.
A password will be e-mailed to you.
Next Post