ଭାଜପା ପକ୍ଷରୁ ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ

0 2

 

କଲ୍ୟାସିଂହପୁର:ପ୍ରଦୀପ ଦଳାଇ-ରାୟଗଡ଼ା ଜିଲ୍ଲା ବିଷମ କଟକ ମଣ୍ଡଳସ୍ତରୀୟ ଭାଜପା ପକ୍ଷରୁ କଲ୍ୟାଣସିଂହପୁର ଜଗନ୍ନାଥ ପଡ଼ିଆଠାରେ ଭାଜପାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଅତିଥି ଭାବେ ବିଷମ କଟକ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଉଲାକା , ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ମଇନା ଆଚାରି, କଲ୍ୟାଣସିଂହପୁର ବ୍ଲକ ସଭାପତି ଶ୍ରିନିବାସ୍ ଚୌଧୁରି ରାଜ୍ୟ ସମ୍ପାଦକ କୃଷ୍ଣ ସାମଲ , ଯୁବ ମୋର୍ଚ୍ଚା ସଭାପତି ଗୁଡଲା ସନ୍ଦୀପ ପ୍ରମୁଖ ଉପସ୍ଥିତ ରହିଥିଲେ | କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଓ ଆସନ୍ତା ନିର୍ବଚନକୁ ଦୃଷ୍ଟିରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବା ତୃଣ ମୂଳ ସ୍ତରରେ ସଂଘଠନକୁ ମଜବୁତ୍ କରିବା ପାଇଁ ଜିଲ୍ଲା ଭାଜପା ପକ୍ଷରୁ ଏଭଳି କାର୍ଯ୍ୟ କ୍ରମ ଗୁଡ଼ିକ ଅନୁଷ୍ଠିତ କରି ଭୋଟର୍ ଙ୍କୁ  ଆକୃଷ୍ଟ କରି କେନ୍ଦ୍ର ସରକାର ଙ୍କ  ଯୋଜନା ସଫଳ ରୂପାୟନ ଗ୍ରମଚାଁଳରେ କିଭଳି ଭାବରେ କାର୍ଯ୍ୟକାରୀ ହେବ ସେନେଇ ମଧ୍ୟ ଭୋଟର୍ ମାନଙ୍କୁ ବୁଝାଉଛନ୍ତି | ଏହି ଵୈଠକରେ ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଭାଜପା ଦଳରେ ଚାଳିସିରୁ ଉର୍ଦ୍ଧ୍ୱ ଭୋଟର୍  ସାମିଲ୍ ହୋଇଛନ୍ତି। ସେମାନଙ୍କୁ ସମ୍ବର୍ଦ୍ଧନା ସହ ସ୍ବାଗତ ଜଣେଇ ଥିଲେ ଦଳୀୟ ନେତୃବୃନ୍ଦ ।

Leave A Reply

Your email address will not be published.