ମୋଦି ସରକାରଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ସମସ୍ତ ୧୧ ଜଣ ମହିଳା ମନ୍ତ୍ରୀଙ୍କୁମହିଳା ମୋର୍ଚ୍ଚା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ

0 2

ମହିଳାମାନଙ୍କୁ ସମସ୍ତ କ୍ଷେତ୍ରରେ ସର୍ବାଧିକ ଗୁରୁତ୍ୱ ଦେଉଆସୁଛି ବିଜେପି : ସ୍ମୃତି ପଟ୍ଟନାୟକ

ଭୂବନେଶ୍ୱର: ଭାରତୀୟ ଜନତା ପାର୍ଟୀ ମହିଳାମାନଙ୍କୁ ସମସ୍ତ କ୍ଷେତ୍ରରେ ସର୍ବାଧିକ ଗୁରୁତ୍ୱ ଦେଉଆସୁଛି ।ମୋଦି ସରକାର ସର୍ବଦା ମହିଳାମାନଙ୍କ ବିକାଶକୁ ପ୍ରଧାନ୍ୟ ଦେଇ କାର୍ଯ୍ୟ କରୁଛନ୍ତି । ସଦ୍ୟ ସଂପ୍ରସାରିତ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଏହା ସ୍ପଷ୍ଟ ପ୍ରତିଫଳିତ ହୋଇଛି । ବର୍ତମାନ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ରେକର୍ଡ ସଂଖ୍ୟାରେ ମହିଳା ପ୍ରତିନିଧିତ୍ୱ କରୁଛନ୍ତି । କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ୧୧ ଜଣ ମହିଳା ପ୍ରତିନିଧିତ୍ୱ କରୁଛନ୍ତି । ଏହା ନିଶ୍ଚିତ ଭାବେ ମହିଳା ସଶକ୍ତିକରଣରେ ବଳିଷ୍ଠ  ନିଷ୍ପତି ଓ ପଦକ୍ଷେପ ବୋଲି ରାଜ୍ୟ ବିଜେପି ମହିଳା ମୋର୍ଚା ପକ୍ଷରୁ କୁହାଯିବା ସହ  ମୋଦି ସରକାରଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ସମସ୍ତ ୧୧ ଜଣ ମହିଳା ମନ୍ତ୍ରୀଙ୍କୁ ଗତ କାଲି ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । 

ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ଶ୍ରୀମତୀ ଭାନତୀ ଶ୍ରୀନିବାସନଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା ଯୋଗ ଦେଇଥିଲେ । କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ସମସ୍ତ ମହିଳା ମନ୍ତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶା ପ୍ରଦେଶରୁ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ ଏବଂ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଂପାଦିକା ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ ଯୋଗ ଦେଇଥିଲେ । 

Leave A Reply

Your email address will not be published.