ବସ ଓ ଟିପର ମୁହାଁ ମୁହିଁ ଧକ୍କା ୧୫ ରୁ ୨୦ ଆହତ ୧ ଗୁରୁତର।

0

 

ସୁଶାନ୍ତ  ବେହେରା : ବଣେଇ ଉପଖଣ୍ଡର ଟେନ୍ସଆ ତାଲଢ଼ି ମାଇନ୍ସ ନିକଟରେ ଆଜି ଦିନ ୪.୩୦ ପାଖାପାଖି ରେ ଏକ ଘରୋଇ ବସ ସହ ଟିପର ମୁହାଁ ମୁହିଁ ଧକ୍କା। ଏହି ଦୁର୍ଘଟଣାରେ ବସରେ ଥିବା ଆରୋହି ଙ୍କ ମଧ୍ୟରୁ ୧୫ ରୁ ୨୦ ଜଣ ଲୋକ ଆହତ ହୋଇ ଥିବାର ସୂଚନା ମିଳିଛି। ଆହତ ଙ୍କୁ ଟେନ୍ସଆ ସ୍ଥିତ ସେଲ ଚିକିତ୍ସା ଳୟକୁ ନେଇ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଉ ଥିବା ବେଳେ ଏହି ବସ ଚାଳକ ଷ୍ଟେରିଙ୍ଗ ରେ ଚାପି ହେବା ଫଳରେ ଅଧିକ ଗୁରୁତର ଥିବା ଜଣାପଡିଛି। ତାଙ୍କୁ ଡାକ୍ତର ରାଉରକେଲା ବଡ଼ ଚିକିତ୍ସା ଳୟକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିବା ଜଣା ପଡ଼ିଛି। ସୂଚନା ଥାଉକି ଏହି ମୟୂରୀ ନାମକ  ଘରୋଇ ବସଟି ବଡ଼ବିଲ ରୁ ରାଉରକେଲା ଯାଉଥିବା ବେଳେ ଟେନ୍ସ| ତାଲଢ଼ି ମାଇନ୍ସ ପାଖରେ ଏକ ଟିପର ସହ ମୁହାଁ ମୁହିଁ ଧକ୍କା ହୋଇଥିଲା।

Leave A Reply

Your email address will not be published.