ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ପୋଲିସ ଛତିଶଗଡ଼ ପଟ ରୁ ଆସୁଥିବା ନବରତନା D.A.P ସାର ୧୮୦ବସ୍ତା ସାର ଧଉରାଭଟା ଛକ ନିକଟରେ ଏକ ମିନି ଟ୍ରକ OD 03 C 7569 କୁ ଜବତ କରି ଜଗଦଲପୁର ଥାନା କୁ ଆଣିଥିଲେ ଜଗଦଲପୁର ପୋଲିସ ଦଳ ରାତ୍ର ରେ ପେଟ୍ରୋଲିଂ କରୁଥିବା ସମୟରେ ଛତିଶଗଡ଼ ସରାଇପାଲି ପଟରୁ ଆସୁଥିବା ଏହି ମିନି ଟ୍ରକ କୁ ଅଟକାଇ ଯାଞ୍ଚ କରିଥିଲେ ଡ୍ରାଇଭର କୌଣସି କାଗଜ ପତ୍ର ଦେଖାଇ ନ ପାରିବାରୁ ଗାଡି କୁ ଜବତ କରି ଥାନା ରେ ଅଟକ ରଖି ପଚରାଉଚରା କରିଥିଲା।ମିନିଟ୍ରକ ଟି ବଲାଙ୍ଗୀର ଜିଲ୍ଲା ତୋଷରା ଥାନା ଅଞ୍ଚଳ କୁ ଯାଉଥିଲା ଏ ନେଇ ଥାନା ଅଧିକାରୀ ବିରବର ଭଗତ ଝାରବନ୍ଧ ବ୍ଲକ କୃଷି ଅଧିକାରୀ ଙ୍କୁ ସୂଚନା ଦେଇଥିଲେ ବ୍ଲକ କୃଷିଅଧିକାରୀ ପ୍ରଣୟ ମନ୍ତ୍ରୀ ଆସି ୧୮୦ ବସ୍ତା ସାର କୁ ଲଉଡିଦରହା ସେବା ସମବାୟ ସମିତି ର ଗୋଦାମ ରେ ରଖିଛନ୍ତି।ଏହି ସମସ୍ତ ସାର କୁ ସରକାରୀ ମୂଲ୍ୟ ରେ ଚାଷୀ ମାନଙ୍କୁ ଦିଆଯିବ।ଫଳ ରେ ଚାଷୀମାନଙ୍କ ମଧ୍ୟ ରେ ଆନନ୍ଦ ପ୍ରକାଶ ପାଇଛି।