ରାୟଗଡରୁ ସରୋଜ କୁମାର ସାହୁ: ଆଜି ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର, ପି.ଡି.ଡି.ଆର୍.ଡି.ଏ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ, ଉପଜିଲ୍ଲାପାଳ ଗୁଣୁପୁର ଶ୍ରୀ ସୋନାଲ ଜେ ପ୍ରମୁଖ ରାମନାଗୁଡା ଗସ୍ତ କରି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଶୁଣ୍ଢିଧାମୁଣି ଗ୍ରାମ ଗସ୍ତ କରି ସେଠାରେ ନବ ନିର୍ମିତ ମିଶନ ଶକ୍ତି ଗୃହକୁ ପରିଦର୍ଶନ କରିବା ସହ ସେଠାରେ ଉପସ୍ଥିତ ଥିବା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କ ସହିତ ଜିଲ୍ଲାପାଳ ଶ୍ରୀ ମିଶ୍ର ସେମାନଙ୍କ ଜୀବକା ସମ୍ବନ୍ଧୀୟ କାର୍ଯ୍ୟକଳାପ ନେଇ ଆଲୋଚନା କରିଥିଲେ । ସଭ୍ୟା ମାନଙ୍କୁ ଦଳଗତ ଭାବେ ହଳଦୀ ଉତ୍ପାଦନ ଏବଂ ପକ୍ରିୟାକରଣ କରିବା ସହ ବ୍ୟବସାୟରେ ଲାଭବାନ ହେବାକୁ ପରାମର୍ଶ ଦେଇଥିଲେ । ଏଥି ନିମନ୍ତେ ସେଠାରେ ଉପସ୍ଥିତ ଥିବା ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର, ଓଡିଶା ଜିବୀକା ମିଶନ ରାମନାଗୁଡାଙ୍କୁ ଏକ ହଳଦୀ ଉତ୍ପାଦନ ଗୋଷ୍ଠୀ ଗଠନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ବାଟପୁଲିସି ଗ୍ରାମର ମହିଳା ସଦସ୍ୟା ମାନେ ଜିଲ୍ଲାପାଙ୍କ ନିଜର ଗ୍ରାମର ପାନୀୟ ଜଳ ସମସ୍ୟା ବିଷୟରେ ଅବଗତ କରାଇଥିଲେ । ସେଠାରେ ଉପସ୍ଥିତ ଥିବା ଗ୍ରାମ୍ୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀଙ୍କୁ ୭ ଦିନ ଭିତରେ ଗ୍ରାମକୁ ଏବଂ ଅଙ୍ଗନୱାଡି କେନ୍ଦ୍ର ଜଳ ଯୋଗାଣ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ସତ୍ ସହିତ ସୌରଚାଳିତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଅତି ଶୀଘ୍ର ମରାମତି କରି କାର୍ଯ୍ୟାକାରୀ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ସେଠାରେ ଉପସ୍ଥିତ ଥିବା ଗ୍ରାମବାସୀଙ୍କୁ ଅଙ୍ଗନୱାଡି କେନ୍ଦ୍ରର କାର୍ଯ୍ୟକାରୀତା ନେଇ ପଚାରିବୁଝିଥିଲେ ଏବଂ ଅଙ୍ଗନୱାଡି କେନ୍ଦ୍ରରେ ଥିବା ପୃଷ୍ଟି ବଗିଚାର ପରିଦର୍ଶନ କରି ବିଭିନ୍ନ ପନିପରିବା ଉତ୍ପାଦନ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହା ପରି ରାମନାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟକୁ ଗସ୍ତ କରି ସେଠାରେ ନିର୍ମାଣ ହେଉଥିବା ସ୍ମାର୍ଟ ଶ୍ରେଣୀ ଗୃହର ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମିକ୍ଷା କରିଥିଲେ ଏବଂ ନିର୍ଦ୍ଦାରିତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ନିମନ୍ତେ ସେଠାରେ ଉପସ୍ଥିତ ଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମନାଗୁଡା, ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହି ବିଦ୍ୟାଳୟରେ ଥିବା ୧୦ମ ଶ୍ରେଣୀ ଗୃହକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ପାଠ୍ୟ କ୍ରମ ବିଷୟରେ ବାର୍ତ୍ତାଳାପ କରି କୋଭିଡ-୧୯ ନିମୟର ସୁଚାରୁ ରୂପେ ପାଳନ କରି ଶିକ୍ଷା ନେବା ନିମନ୍ତେ ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ଆସନ୍ତା ଅକ୍ଟୋବର ମାସ ୨ ତାରିଖ ଠାରୁ ସ୍ମାର୍ଟ ଶ୍ରେଣୀ ଗୃହରେ ପାଠ ପଢିବାର ସୁଯୋଗ ପାଇବେ ବୋଲି ସୂଚନା ଦେଇଥିଲେ । ଏହା ପରେ ସେଠାରେ ଉପସ୍ଥିତ ଥିବା ପୂରାତନ ଛାତ୍ର ମାନଙ୍କ ସହ ସ୍ମାର୍ଟ ବିଦ୍ୟାଳୟ ନେଇ ଆଲୋଚନା କରିଥିଲେ ଏବଂ ସେମାନଙ୍କୁ ମୋ ସ୍କୁଲ କାର୍ଯ୍ୟାକ୍ରମରେ ନିଜ ନିଜର ସାଧ୍ୟମତେ ଆର୍ଥିକ ସହାୟତା କରିବା ନିମନ୍ତେ ପରାମର୍ଶ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post