ବରଗଡ :- ମହୁଲ ଫୁଲ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କ ପାଇଁ ଅୟର ଏକ ସାଧନ ଅଟେ । ସରକାର ଙ୍କର ଦ୍ୱାରା ଲାଇସେନ୍ସ ପ୍ରାପ୍ତ ବ୍ୟବସାୟୀ ମାନେ ଲୋକଙ୍କ ଠାରୁ ମହୁଲ ଫୁଲ କିଣିବା କଥା । କିନ୍ତୁ ଗାଁ ଗହଳିରେ ଏମିତି ଅନେକ ବ୍ୟବସାୟୀ ଅଛନ୍ତି ଯେଉଁ ମାନଙ୍କର ପାଖରେ ଲାଇସେନ୍ସ ନାହିଁ । ସେମାନେ ମହୁଲ ଫୁଲର ବ୍ୟାପକ କଲାବଜାରୀ କେଇଥାନ୍ତି । ଏହି ପାଇକମାଲ ବ୍ଲକ କେଛୋମାଲ ଓ ଫ୍ରେଜରପୁର ଗ୍ରାମରେ ଅବକାରୀ ବିଭାଗର ଏକ ଚଢ଼ାଉ ରେ କେଛୋମାଲ ଗ୍ରାମର ବରିହା ସଥପଥୀ ଓ ଫ୍ରେଜରପୁର ଗ୍ରାମର ରମେଶ ସାହୁ ଘରୁ 1ଏକସହ ନବେ କ୍ୱିଣ୍ଟାଲ ମହୁଲ ଫୁଲ ଜବତ କରାଯାଇଥିଲା । ଜାହାର ଆନୁମାନିକ ମୂଲ୍ୟ ପ୍ରାୟ ଚାରି ଲକ୍ଷ ପଂଚସ୍ଥରି ହଜାର ଟଙ୍କା ବୋଲି ଜଣା ପଡ଼ିଛି । ଉଭୟ ଅଭିଯୁକ୍ତ ଙ୍କୁ ଗିରଫ କରି ତାଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ଜଣା ପଡ଼ିଛି । ଜବତ ମହୁଲ ସବୁକୁ ଜଣେ ଲାଇସେନ୍ସ ପ୍ରାପ୍ତ ବ୍ୟବସାୟୀ ଙ୍କୁ ଜିମା ଦିଆଯାଇଥିବା ବିଭାଗ ତରଫରୁ ସୂଚନା ମିଳିଛି । ଆଜି ଦିନସାରା ଚାଲିଥିବା ଚଢ଼ାଉ ରେ ଅବକାରୀ ଗୁଇନ୍ଦା ବିଭାଗର ଉତ୍ତରାଞ୍ଚଳ ନିରୀକ୍ଷକ ଶ୍ରୀ ଶିତିକାନ୍ତ ରାଉତ , ବରଗଡ଼ ଅବକାରୀ ନିରୀକ୍ଷକ ଶ୍ରୀ ଗୁପ୍ତେଶ୍ଵର ପ୍ରଧାନ , ପଦ୍ମପୁର ଅବକାରୀ ନିରୀକ୍ଷକ କୁବେର ସେଠି ,ରଶ୍ମିତା ଲାକ୍ରା , ସୋହେଲା ଅବକାରୀ ଥାନା ଅଧିକାରୀ , ପାଇକମାଲ ଅବକାରୀ ଥାନା ଅଧିକାରୀ ଶ୍ରୀ ହେମକାନ୍ତ ସୁନା ଓ ଅବକାରୀ ବିଭାଗର ଅନେକ କର୍ମଚାରୀ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post