‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍’ ବ୍ୟବସ୍ଥା ଦେଶର ଅନ୍ୟ ସହରମାନଙ୍କରେ ଅନୁକରଣୀୟ ହେବା ଉଚିତ୍: ସଚିବ ,କେନ୍ଦ୍ର ଗୃହ ଓ ନଗରଉନ୍ନୟନ ମନ୍ତ୍ରଣାଳୟ 

0 1

ଏହି ପାନୀୟଜଳ ବ୍ୟବସ୍ଥା ସଂପର୍କରେ ଅନୁଧ୍ୟାନ ପାଇଁ  ଦିଲ୍ଲୀ ସରକାରଙ୍କ ଅଧୀକ୍ଷଣ ଯନ୍ତ୍ରୀ ଅଜୟ ଗୁପ୍ତାଙ୍କ ପୁରୀର ବିଭିନ୍ନ ସ୍ଥାନ ପରିଦର୍ଶନ

ଭୁବନେଶ୍ୱର,: ପୁରୀରେ ଗତ ସୋମବାର ଦିନ ଆକାଂକ୍ଷିତ ପ୍ରକଳ୍ପ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍’ ମିଶନ ଉଦ୍ଘାଟନ ପରେ ପୁରୀ ଭାରତରେ ପ୍ରତ୍ୟେକ ଘରେ ୨୪ ଘଂଟିଆ ଉଚ୍ଚମାନର ଜଳ ଯୋଗାଇବାର ପ୍ରଥମ ସହର ଭାବରେ ଖ୍ୟାତି ଲାଭ କରିଛି । ପୁରୀରେ ଶତକଡା ୧୦୦ ଭାଗ ଘରେ ମିଟର ଲଗାଯାଇ ଦିନରାତି ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଲଣ୍ଡନ, ସିଙ୍ଗାପୁର ଓ ନ୍ୟୁୟର୍କ ଭଳି ବିଶ୍ୱସ୍ତରୀୟ ସହରଗୁଡିକର ସମକକ୍ଷ ହୋଇପାରିଛି  । ଏହି ସଫଳତା ପାଇଁ ଓଡିଶା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ଲାଭ କରିଛି । କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଲୟ ସଚିବ ଦୁର୍ଗା ଶଙ୍କର ମିଶ୍ର ପୁରୀରେ ଲାଗୁ କରାଯାଇଥିବା ଏହି ଜଳ ଯୋଗାଣ ବ୍ୟବସ୍ଥାକୁ ଦେଶର ଅନ୍ୟ ସହରଗୁଡିକରେ ଅନୁକରଣ କରାଯିବା ଉଚିତ ବୋଲି ନିଜ ଉଦ୍ଘାଟନୀ ସମାରୋହ ବକ୍ତବ୍ୟରେ କହିଛନ୍ତି ।

ଗତ କାଲି ଦିଲ୍ଲୀ ସରକାରଙ୍କର ଅଧିକ୍ଷଣ ଯନ୍ତ୍ରୀ ଅଜୟ ଗୁପ୍ତା ପୁରୀର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଏହି ଅତ୍ୟାଧୁନିକ ଜଳ ଯୋଗାଣ ବ୍ୟବସ୍ଥା ଅନୁଧ୍ୟାନ କରି ଏହି ପ୍ରକାର ବ୍ୟବସ୍ଥା ଏକ ସୁଚିନ୍ତିତ ଯୋଜନା ଓ କାର୍ଯ୍ୟକାରୀତାର ପ୍ରତିଫଳନ ବୋଲି ମତାମତ ଦେଇଛନ୍ତି  । ଏଠାରେ ଉଲ୍ଲେଖଯୋଗ୍ୟ ଯେ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍’ ମିଶନ ଦ୍ୱାରା ପୁରୀର ପ୍ରତିଟି ଘରେ ଗୁଣାତ୍ମକ ପାନୀୟ ଜଳ ପହଂଚାଇବାର ଯୁଗାନ୍ତକାରୀ ପଦକ୍ଷେପ ଏବଂ ଜଗନ୍ନାଥ ଧାମ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟପୂର୍ଣ୍ଣ ସହର ଭାବରେ ପରିଣତ କରିବାରେ ମୁଖ୍ୟମନ୍ତ୍ରୀଙ୍କର ଏକ ବଳିଷ୍ଠ  ପଦକ୍ଷେପ । ପୁରୀବାସୀଙ୍କ ସହିତ ଏଠାକୁ ଆସୁଥିବା ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନେ ସହର ରେ ଥିବା ଟ୍ୟାପ ଦ୍ୱାରା ପାଣି ପିଇପାରିବେ । ଏହା ସହିତ ପୁରୀକୁ ଆସୁଥିବା ତୀର୍ଥଯାତ୍ରୀମାନେ ରାଜ୍ୟ ସରକାରଙ୍କ ଦ୍ୱାରା ରାଜ୍ୟ ରାଜପଥରେ ସ୍ଥାପିତ ଏବଂ ପୁରୀର ଅନ୍ୟ ସ୍ଥାନ ମାନଙ୍କରେ ଥିବା ଜଳ ଉତ୍ସଗୁଡିକରୁ ଏହି ପାଣି ପାଇପାରିବେ ଯାହାକି ବିମାନବନ୍ଦରରେ ଉପଲବ୍ଧ ଜଳ ଉତ୍ସ ସହ ସମାନ । ଏହା ବ୍ୟତୀତ ଓଡିଶାର ୧୬ଟି ବିଭିନ୍ନ ସହରରେ ଏହି ମିଶନର କାର୍ଯ୍ୟ ଜୋରସୋରରେ ଅଗେଇ ଚାଲିଛ , ଏହାଦ୍ୱାରା ୪୦ ଲକ୍ଷ ଓଡିଶାବାସୀ ଉପକୃତ ହେବେ । ୫ଟି  ଶାସନ ବ୍ୟବସ୍ଥା ଅନ୍ତର୍ଗତ ଏହି ପରିବର୍ତନର ଧାରା ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍’ ଓଡିଶାର ସମସ୍ତ ୧୧୪ଟି ସହରାଂଚଳ ସହ ବସ୍ତି ଗୁଟିକରେ ମଧ୍ୟ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାର ସିଦ୍ଧାନ୍ତ ଗ୍ରହଣ କରାଯାଇଥିବା ଗୃହ ଓ ନଗରଉନ୍ନୟନ ବିଭାଗ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.