ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ l

0 1

“କଡାକଡି ଯାଞ୍ଚକରି ଟ୍ରାଫିକ ନିୟମ ଉଲ୍ଲଙ୍ଘନକlରୀଙ୍କ ଠାରୁ ଜରିମାନା ଆଦାୟ ପାଇ ନିର୍ଦେଶ ଦେଲେ ଜିଲ୍ଲାପାଳ “

ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ସଡ଼କ ସୁରକ୍ଷା କର୍ତୃପକ୍ଷ ଦ୍ୱାରା ଜିଲ୍ଲାସ୍ଥରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଜିଲ୍ଲା ସଡ଼କ ସୁରକ୍ଷା କମିଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା ଓ ମୋଟର ଯାନ ନିରୀକ୍ଷକ ରାୟଗଡ ଓ ଅନ୍ୟାନ୍ୟ ସଦସ୍ୟଙ୍କ ଉପସ୍ଥିତରେ ଆଲୋଚନା କରାଯାଇଥିଲା l ବୈଠକର ପ୍ରାରମ୍ଭରେ ମୋଟର ଯାନ ନିରୀକ୍ଷକ ରାୟଗଡ ଦୁର୍ଘଟଣାର ରାଜ୍ୟ ଓ ଜିଲ୍ଲା  ତୁଳନାତ୍ମକ ସଂଖ୍ୟା ଉପସ୍ଥାପନା କରିଥିଲେ l ଜିଲ୍ଲାରେ ବହୁ ସଂଖ୍ୟାରେ ଦୁର୍ଘଟଣା ଘଟୁଥିବାରୁ  ଦୁର୍ଘଟଣା ଓ ତତଜନିତ ମୃତ୍ୟୁ ଓ ଆହତଙ୍କ ସଂଖ୍ୟା ହ୍ରାସ କରିବା ଦିଗରେ ଅନୁଧ୍ୟାନ କରିବା ଆବଶ୍ୟକ ବୋଲି କହିଥିଲେ l ରାୟଗଡରେ ଘଟୁଥିବା ଦୁର୍ଘଟଣା ଉପରେ କହିବାକୁ ଯାଇ ଏମଭିଆଇ କହିଲେ ଯେ, ଜିଲ୍ଲାରେ  ବେପରୁହା ଗାଡି ଚାଳନା, ମାଦ୍ୟପlନ ଓ ରାସ୍ତାର ଘାଟ ସମସ୍ୟା ଯୋଗୁଁ ଦୁର୍ଘଟଣା ବଢୁଛି ବୋଲି କହିଥିଲେ l ଏଥିନିମନ୍ତେ ଇନ୍ଫୋରଷମେଣ୍ଟ ଓ ରୋଡ଼ ଇଞ୍ଜିନିୟରଙ୍ଗ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ l ସେହିଭଳି ଆରୋକ୍ଷୀ ଅଧିକ୍ଷକ ମଧ୍ୟରେ ଦୁର୍ବଳ ରାସ୍ତାଘାଟ ବିଷୟରେ ବୈଠକରେ ଉପସ୍ଥାପନା କାରୀ ତୁରନ୍ତ ନିରାକରଣ ନିମନ୍ତେ କହିଥିଲେ l ଦୁର୍ଘଟଣା ପ୍ରବଣ ରାସ୍ତାର ଦୁଇ ପାର୍ଶ୍ୱରେ ସତର୍କ ସୂଚନା ଫଳକ ଲଗାଇବା ନିମନ୍ତେ ଅନୁରୋଧ କରିଥିଲେ l ମହାବିଦ୍ୟାଳୟ ସ୍ବେଛାସେବୀ ଛାତ୍ରଛାତ୍ରୀ ମାନଙ୍କୁ ୨ ରୁ ୩ ଘଣ୍ଟା ନିୟୋଜିତ କରି ସଡ଼କ ସୁରକ୍ଷା ସଚେତନତା କରିବାକୁ କମିଟିକୁ ଅନୁରୋଧ କରିଥିଲେ l ସେହିପରି ଜାତୀୟ ରାଜପଥ ପାର୍ଶ୍ୱରେ ଅବାଧ କବଜl କାରୀ କୁଡ଼ିଆ ବନେଇ ଫଳ ବିକ୍ରୟକାରୀ ଓ ରାସ୍ତାରେ ଯାତାୟାତ ଟ୍ରକ ଆଦି ରାସ୍ତାରେ ଗାଡି ଯlମ କରୁଥିବାରୁ ଏହାକୁ ତୁରନ୍ତ ହଟାଇବା  ନିମନ୍ତେ ପୌରପରିଷଦ ଓ ପୋଲିସକୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ନିର୍ଦେଶ ଦେଇଥିଲେ l ଅବାଧରେ ରାସ୍ତା କଡରେ ଠିଆକରି ରାସ୍ତା ଜାମ କରୁଥିବା ଟ୍ରକ ଓ ଅନ୍ୟାନ୍ୟ ଗାଡିକୁ ଜୋରିମାନା ଆଦାୟ ପାଇଁ ଜିଲ୍ଲାପାଳ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ l ଆଇନ ଉଲଙ୍ଘନ କରି ଗାଡି ଚଳାଉଥିଲେ ଓ ମାଧ୍ୟ୍ୟପନ କରି ଗାଡି ଚଳାଉଥିଲେ ଜରିମାନା ଆଦାୟ କରି ଡ୍ରାଇଭରର ଲାଇସେନ୍ସ ରଦ୍ଧ ପାଇଁ ସୁପାରିଶ କରିବାକୁ ଟ୍ରାଫିକ ପୋଲିସକୁ ଜିଲ୍ଲାପାଳ କହିଥିଲେ l ସେହିପରି ଦୁର୍ଘଟଣା ହ୍ରାସ କରିବା ନିମନ୍ତେ  ଇଣ୍ଟେରସେପ୍ଟରକୁ ବହୁଳ ଭାବେ ଉପଯୋଗ ଦିନରାତି କଡାକଡି ଯାଞ୍ଚ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ l

Leave A Reply

Your email address will not be published.