-
ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଅତିବଡ଼ୀ ପୁରସ୍କାର ପ୍ରଦାନ
-
ସାରସ୍ୱତ ସାଧନା ପାଇଁ ୧୫ ଜଣ ସମ୍ବର୍ଦ୍ଧିତ
ଭୁବନେଶ୍ୱର(ଶାସକ ପ୍ରଶାସକ): ଆଜି ଓଡ଼ିଶା ସାହିତ୍ୟ ଏକାଡେମୀର ୨୮ତମ ପୁରସ୍କାର ବିତରଣୀ ଉତ୍ସବରେ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ବିଶିଷ୍ଟ କଥାଶିଳ୍ପୀ ତଥା ସାରସ୍ୱତ ସାଧକ ଡ. ରାମଚନ୍ଦ୍ର ବେହେରାଙ୍କୁ ପ୍ରଦାନ କରାଯାଇଛିା ସ୍ଥାନୀୟ ସଂସ୍କୃତି ଭବନଠାରେ ନିରାଡମ୍ବର ଭାବେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲୋ ଡ. ବେହେରାଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଏବଂ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଚେକ୍ ଆକାରରେ ପ୍ରଦାନ କରାଯାଇଥିଲାା ଏଥି ସହିତ ସାରସ୍ୱତ ସାଧନା ଓ ଓଡ଼ିଆ ବାଣୀଭଣ୍ଡାରକୁ
ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ୧୫ ଜଣ ବୟୋଜ୍ୟେଷ୍ଠ ସାରସ୍ୱତ ସାଧକ/ସାଧିକାଙ୍କୁ ମଧ୍ୟ ମାନପତ୍ର, ଉପଢୌକନ ଓ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲାା ସମ୍ବର୍ଦ୍ଧିତ ସାରସ୍ୱତ ବ୍ୟକ୍ତିତ୍ୱମାନେ ହେଲେ ରାସେଶ୍ୱରୀ ମିଶ୍ର, ମହେଶ୍ୱର ମୂଳିଆ, ଡ. ଜୀବନକୃଷ୍ଣ ମହାପାତ୍ର, ଶ୍ରୀମତୀ ନିର୍ମଳପ୍ରଭା ନାୟକ, ରାଧାବିନୋଦ ନାୟକ, ଡ. କୃପାସିନ୍ଧୁ ନାୟକ, ଡ. ସ୍ୱରାଜ୍ୟ ଲକ୍ଷ୍ମୀ ମିଶ୍ର, ବାଇଧର ସାହୁ, ଡ. ଦିଗରାଜ ବ୍ରହ୍ମା, ବାବାଜୀ ଚରଣ ପଟ୍ଟନାୟକ, ଗିରିଜା ଶଙ୍କର ଶର୍ମା, ସୌଭାଗିନୀ ମିଶ୍ର, ଦେବେନ୍ଦ୍ର କୁମାର ଦାଶ, ଅଶୋକ କୁମାର ପଟ୍ଟନାୟକ, ଡ. ରୁଦ୍ର ନାରାୟଣ ପୃଷ୍ଟିା ଏକାଡେମୀର ସଭାପତି ବିଶିଷ୍ଟ କବି ଡ. ହୃଷିକେଶ ମଲ୍ଲିକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ସମ୍ମାନିତ ଅତିଥିଭାବେ ବିଭାଗୀୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ଦଳାଇ ଏବଂ ଅତିରିକ୍ତ ଶାସନ ସଚିବ ତଥା ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ଯୋଗଦେଇ ସାହିତ୍ୟ ସାଧକମାନେ ପାଠକ ସୃଷ୍ଟି ଦିଗରେ ତାଙ୍କର ଲେଖନୀ ଚାଳନା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲୋ ଏକାଡେମୀର ସଚିବ ଶ୍ରୀ ପ୍ରବୋଧ କୁମାର ରାଉତ ସ୍ୱାଗତ ଭାଷଣ ଦେଇଥିବାବେଳେ ଉପସଭାପତି ଡ. ସଂଗ୍ରାମ ଜେନା ଧନ୍ୟବାଦ ଅର୍ପଣ କରିଥିଲୋ
ଅତିବଡ଼ୀ ପୁରସ୍କାର ପ୍ରାପକ ବିଶିଷ୍ଟ କଥାକାର ଡ. ବେହେରା ଜୀବନ ଶାଶ୍ୱତ ଓ ଅମୃତମୟ ବୋଲି ଉଲ୍ଲେଖ କରିବା ସହିତ ଲେଖକୀୟ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲୋ ଏହି ପୁରସ୍କାର ପାଇବା ନିମନ୍ତେ ତାଙ୍କୁ ମନୋନୀତ କରାଯାଇଥିବାରୁ ସେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଏକାଡେମୀକୁ କୃତଜ୍ଞତା ଜଣାଇଥିଲୋ
ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କୋଭିଡ୍ କଟକଣା ସତ୍ତ୍ୱେ ସଂସ୍କୃତି ବିଭାଗ କଳାକାର, ଶିଳ୍ପୀ, ସାହିତ୍ୟିକମାନଙ୍କୁ ଉତ୍ସାହିତ, ସମ୍ବର୍ଦ୍ଧିତ କରିବାରେ ନିରନ୍ତର ଭାବେ ପ୍ରୟାସ କରିଆସୁଛି ବୋଲି କହିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏଥି ପ୍ରତି ରହିଥିବା ସ୍ୱୀକୃତି ଓ ସମର୍ଥନ ପାଇଁ କୃତଜ୍ଞତା ଜଣାଇଥିଲୋ
ଏଠାରେ ପ୍ରକାଶଯୋଗ୍ୟ ଯେ ଏହି ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଜ୍ୟ ବ୍ୟାପୀ ପ୍ରବନ୍ଧ, ବକ୍ତୃତା, ସାହିତ୍ୟ ସମ୍ବନ୍ଧୀୟ ସାଧାରଣ ଜ୍ଞାନ ଓ କବିତା ଆବୃତ୍ତି ପ୍ରତିଯୋଗିତା ଆୟୋଜନ କରାଯାଇ ଗତ ୨୫ ତାରିଖ ଏକାଡେମୀ ସ୍ୱନକ୍ଷତ୍ର ଦିବସରେ ପୁରସ୍କୃତ କରାଯିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଥିଲାା ଏଥିରେ ୧୧୮୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲୋ ବିଜୟୀ ପ୍ରତିଯୋଗୀମାନଙ୍କୁ ଜିଲ୍ଲାପାଳମାନଙ୍କ ଜରିଆରେ ପୁରସ୍କୃତ କରିବା ପାଇଁ ବ୍ୟବସ୍ଥା କରାଯାଇଥିବା କଥା ସୂଚିତ କରାଯାଇଥିଲାା