ପୋଲିସର ଚଢ଼ାଉ : ବିପୁଳ ପରିମାଣରେ କଫ ସିରଫ ଜବତ

0

17-07-18-padampur-nisha.jpg - 92.50 kB 

ପାଇକମାଲ/ଗୌରାଙ୍ଗ ଚରଣ ଦାଶ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ଅନେକ ଅଞ୍ଚଳ ରେ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି। ଇତି ମଧ୍ୟରେ ଏହି ନିଶା କାରବାର ଦ୍ୱାରା ମୁଖ୍ୟତଃ ଯୁବ ସମାଜ ବହୁଳ ପରିମାଣ ରେ ପ୍ରଭାବିତ ହେଉଥିବାର ଲକ୍ଷ କରାଯାଉଛି। ପୋଲିସ ର ନିଶା ବିରୋଧୀ ଅଭିଯାନ ସତ୍ୱେ ବ୍ୟାପି ଚାଲିଛି ଅବୈଧ କାରବାର। ମାଲାମାଲ ହେଉଛନ୍ତି ନିଶା ଦ୍ରବ୍ୟ ବ୍ୟବସାୟୀ ଓ ନିଶା ଗ୍ରସ୍ତ ହେଉଛନ୍ତି ଦେଶର ଭବିଷ୍ୟତ ଯୁବପିଢି। ପଦ୍ମପୁର ଏସଡ଼ିପିଓ  ଭାବରେ  ଲଷ୍ମୀ ନାରାୟଣ ପଣ୍ଡା ଯୋଗଦାନ କରିବା ପରେ ଉପଖଣ୍ଡର ବହୁ ସ୍ଥାନରେ ଅନେକ ଥର ଚଢ଼ାଉ କରାଯାଇଛି ଓ ବିପୁଳ ପରିମାଣ ରେ କଫ ସିରଫ ଜବତ ମଧ୍ୟ କରାଯାଇଛି। ହେଲେ ଅଧିକ ଲାଭ ହେଉଥିବା ଯୋଗୁ ନୂଆ ନୂଆ ଲୋକ ଏହି ନିଶା କାରବାରକୁ ଅପଣାଇବା ଦେଖା ଯାଉଛି। ମଙ୍ଗଳବାର ସକାଳେ ଏସଡ଼ିପିଓ  ଶ୍ରୀ ପଣ୍ଡା ଙ୍କର ନେତୃତ୍ୱରେ ପାଇକମାଲ ଥାନା ଅଧିକାରୀ ଓ ପୋଲିସର ଏକ ଟିମ ପାଇକମାଲ ଅଞ୍ଚଳ ର ବିଭିନ୍ନ ସ୍ଥାନ ରେ ଚଢ଼ାଉ କରିଥିବାର ଜଣ ପଡିଛି।ଉକ୍ତ ଚଢ଼ାଉ ରେପୋଲିସ କୁ ୧୬୩ ବୋତଲ କଫ ସିରଫ ମିଳିଥିଲା। କଫ ସିରଫ ବ୍ୟବସାୟ କରୁଥିବା ଅଭିଯୋଗରେ ଜଣେ ତରାଣୀ ସାହୁ ନାମକ ଯୁବକକୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହେଇଯାଇଥିବା ଜଣା ପଡ଼ିଛି । ପାଇକମାଲ ଥାନା ରେ କେଶ Nତ୍ତ-୧୦୦/୧୮ରୁଜୁ କରାଯାଇ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ଘଟଣା ର ତଦନ୍ତ କରୁଥିବା ଜଣା ପଡ଼ିଛି।

Leave A Reply

Your email address will not be published.