ଜିଲ୍ଲା ଛାଡିବା ପରେ ବି ଭୁଲି ନାହାନ୍ତି ଗଜପତିବାସୀ  : ପୂର୍ବତନ ଏସପି ସାରାଙ୍କୁ  ଜଣାଇଲେ ଜନ୍ମଦିନର ଅଭିନନ୍ଦନ  

0 1

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତିର ପ୍ରାକ୍ତନ ଆରକ୍ଷୀ ଅଧିକ୍ଷକା ସାରା ଶର୍ମାଙ୍କ ଶୁଭ ଜନ୍ମଦିନ ଅବସରରେ ଭାଗବତ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ସନ୍ଧ୍ୟାରେ ଏକ ଅଭାସୀ (Virtual) ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାରିଛି।

ସାରା ଶର୍ମାଙ୍କ ଦୀର୍ଘ ନିରାମୟ ସୁସ୍ଥ ଶରୀରସହ ଶତାୟୁରୁ ଉର୍ଦ୍ଧ୍ବ ଆୟୁଷ ଗଜପତି ବାସୀ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ। 

 ଗଜପତିବାସୀଙ୍କ ସହ ତାଙ୍କର ସମ୍ପର୍କ ଅତୁଟ ବୋଲି  କହିଥିଲେ ସାରା ଶର୍ମା । ନିକଟ ଭବିଷ୍ୟତରେ ତାଙ୍କର ଏକ ବହି ଲୋକାର୍ପଣ ଗଜପତିରେ ହେବାପାଇଁ ପ୍ରୟାସ ଜାରି ରଖିଛନ୍ତି ବୋଲି କହିଛନ୍ତି। 

ଏହି ଭର୍ଚୁଆଲ ପରିସରରେ ବିଚିତ୍ରାନନ୍ଦ ବେବର୍ତ୍ତା , ଗୁରୁ ରଘୁନାଥ ପଟ୍ଟନାୟକ , ତନୁଜା ଶତପଥୀ , ପୂର୍ଣ୍ଣଚନ୍ଦ୍ର ରଥ , ଅରୁପାଞ୍ଜଳି ମହାନ୍ତି , ତନିଶା ବେବର୍ତ୍ତା , ମୀନାକୁମାରୀ ଟହଲ , ଡି ପ୍ରିୟଙ୍କା , ବିଜୟ ମହାପାତ୍ର , ନବୀନ ପ୍ରଭୃତି ଯୋଗଦାନ କରିଥିଲେ।

Leave A Reply

Your email address will not be published.