ହିଲଟପ ସ୍ନାତକ ମହାବିଦ୍ୟାଳୟରେ ଆଭାସୀ କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ମୋହନା ଠାରେ ରହିଥିବା ସର୍ବ ବୃହତ୍ତମ ଡ଼ିଗ୍ରୀ ମହାବିଦ୍ୟାଳୟରେ IQAC ସେଲ ଓ ବିଭିନ୍ନ ବିଭାଗର ମିଳିତ ଆନୁକୂଲ୍ୟରେ ଏହାର ସଂଯୋଜକ ଡ଼.ପ୍ରାଣବାନନ୍ଦ ପାଟୁସୀଙ୍କ ସଂଯୋଜନାରେ ୪ ଦିନ ଧରି ହୋଇଥିବା ଆଭାସୀ କାର୍ଯ୍ୟକ୍ରମ ଗୁରୁବାର ଶେଷ ହୋଇଛି। ୧୭ ତାରିଖରେ ଆରମ୍ଭ ହୋଇଥିବା ଜାତୀୟସ୍ତରୀୟ ରାଜନୀତି ବିଜ୍ଞାନ ବିଭାଗର ଆଭାସୀ କାର୍ଯ୍ୟକ୍ରମରେ ଡ଼ .ପ୍ରଦୀପ ବାସୁ , ପ୍ରଫେସର ପ୍ରେସିଡେନ୍ସି ବିଶ୍ୱବିଦ୍ୟାଳୟ କଲିକତା ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅବସରପ୍ରାପ୍ତ ପ୍ରଫେସର ଡ଼.ବିଷ୍ଣୁ ଚରଣ ଚୌଧୁରୀ ଯୋଗଦେଇ ”ମାର୍କସବାଦୀ ଓ ମାନବ ଅଧିକାର”ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

 ଗତ ୧୯ ତାରିଖରେ ଓଡ଼ିଆ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ”ଅବିଭକ୍ତ  ଗଞ୍ଜାମର ଲୋକ ସଂସ୍କୃତି” ବିଷୟରେ ତେନ୍ତୁଳିଆ ଶାସନ ଦେଵସ୍ଥାନ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧକ୍ଷ ଡ଼ .କମ୍ବୁପାଣି ସାମନ୍ତ ଓ ବ୍ରହ୍ମପୁର ନଗର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧକ୍ଷ ଡ଼ .ଲମ୍ବୋଦର ପାଣିଗ୍ରାହୀ ଆଲୋଚକ ଭାବେ ଯୋଗ ଦେଇଥିଲେ।

 ୨୦ ତାରିଖରେ ଇତିହାସ ବିଭାଗ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ”ମୋଗଲ ସାମ୍ରାଜ୍ୟ ଓ ଜାହାଙ୍ଗୀରଙ୍କ ଭୂମିକା”ରେ ଡ଼ .ସଦାନନ୍ଦ ନାୟକ , ଡ଼ .ସନ୍ତୋଷ କୁମାର ସେଠୀ , ପ୍ରଫେସର ଜୟଦେବ ମହାବିଦ୍ୟାଳୟ ଆଲୋଚକ ଭାବେ ଯୋଗ ଦେଇଥିଲେ। ଗୁରୁବାର ଶେଷ ଦିନରେ ଇଂରାଜୀ ବିଭାଗ ତରଫରୁ ଜାତୀୟ ସ୍ତରୀୟ ଆଭାସୀ କାର୍ଯ୍ୟକ୍ରମରେ ଯୋଗାଯୋଗ ଇଂରାଜୀ ଭାଷା ଆଲୋଚନା ଚକ୍ରରେ ଡ଼. ଚଦ୍ରକାନ୍ତ ଏସ. ଲାଙ୍ଗରେ , ପ୍ରଫେସର ଶିବାଜୀ ବିଶ୍ୱବିଦ୍ୟାଳୟ ମହାରାଷ୍ଟ୍ର ଏବଂ ଡ଼ .ରଞ୍ଜିତ କୁମାର ପତି ଅବସରପ୍ରାପ୍ତ ପ୍ରାଧ୍ୟାପକ  ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପାରଳାଖେମୁଣ୍ଡି ଆଲୋଚକ ଭାବେ ଯୋଗଦେଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶଳୟର ନିର୍ଦ୍ଦେଶକ ଡ଼ .ଲଷ୍ମୀକାନ୍ତ ତ୍ରିପାଠୀ ଉଦଘାଟନ ଭାବେ ଯୋଗଦେଇ ନିଜର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷତାରେ  ଶୁଭ୍ରକାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସୀମାଞ୍ଚଳ ସାହୁ , ଅଧ୍ୟାପକ ଭଗବାନ ବିଷୋୟୀ , ଅନୀଲ କୁମାର ତ୍ରିପାଠୀ , ଏସ୍. ରମେଶ , ଜଗନ୍ନାଥ ପଣ୍ଡା , ଡ଼ .ମନୋରଞ୍ଜନ ପାଣିଗ୍ରାହୀ , ସ୍ୱୟଂପ୍ରଭା ସାହୁ , ଅସ୍ମିତା ସ୍ୱାଇଁ , ରୀତା କୁମାରୀ ଶତପଥି , ସନ୍ତୋଷ କୁମାର ନନ୍ଦ , ଏସ୍ ଏସ୍ ସିଂ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Leave A Reply

Your email address will not be published.