ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ପିସିସି  ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଅଧ୍ୟକ୍ଷ ନିଯୁକ୍ତ 

0

ଭୁବନେଶ୍ୱର- କଂଗ୍ରେସର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ଗଣମାଧ୍ୟମରେ କଂଗ୍ରେସର ଚେହେରା ଭାବେ ଜଣାଶୁଣା ଶ୍ରୀ ଗଣେଶ୍ୱର ବେହେରାଙ୍କୁ  ଏଆଇସିସି ପକ୍ଷରୁ ଆଜି ପ୍ରଦେଶ ଗଣମାଧ୍ୟମ ଓ ଯୋଗାଯୋଗ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି | ।   ୨୦୧୯ ନିର୍ବାଚନରେ କଂଗ୍ରେସର ଶୋଚନୀୟ ବିପର୍ଯ୍ୟୟ ପରେ ପିସିସି ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକଙ୍କୁ ପୁନଃ ଦାୟିତ୍ୱ ଦିଆଯାଇଥିବା ବେଳେ ଏ ଯାବତ ରାଜ୍ୟ କଂଗ୍ରେସର ଗଣମାଧ୍ୟମ ଓ ଯୋଗାଯୋଗ କମିଟି ଗଠନ କରାଯାଇନଥିଲା । ଏବେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଯୁକ୍ତ ନିରଞ୍ଜନ ପଟ୍ଟନାୟକ ଙ୍କ ପ୍ରସ୍ତାବ କ୍ରମେ ଅଖିଳ ଭାରତ କଂଗ୍ରେସ କମିଟି ଅଧକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ମୋହର ମାରିବା ପରେ ଆଜି ଏ ନେଇ ଏଆଇସିସି ପକ୍ଷରୁ ଏଆଇସିସି ସାଧାରଣ ସମ୍ପାଦକ ତଥା ସାଂସଦ କେ ସି ଭେନୁଗୋପାଲଙ୍କ  ଦସ୍ତଖତ ରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି କମିଟିରେ  ଶ୍ରୀ ବେହେରା ଅଧ୍ୟକ୍ଷ ନିଯୁକ୍ତ ହୋଇଥିବା ବେଳେ  ପୂର୍ବରୁ ଗଣମାଧ୍ୟମ ଓ ଯୋଗାଯୋଗ କମିଟି ଅଧ୍ୟକ୍ଷ ଥିବା ସତ୍ୟ ପ୍ରକାଶ ନାୟକଙ୍କୁ ଆବାହକ ନିଯୁକ୍ତ କରାଯାଇଛି | 

ଆଜି ଏଆଇସିସି ପକ୍ଷରୁ ଘୋଷିତ ୨୦ ଜଣ ସଦସ୍ୟ ବିଶିଷ୍ଟ ଉକ୍ତ କମିଟିରେ ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି , ସୁରେଶ କୁମାର ରାଉତରାୟ, ବିଧାୟକ ଅଧିରାଜ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ,ମନୋରଂଜନ ଦାଶ, ଦେବାଶିଷ ପଟ୍ଟନାୟକ, ଅମୀୟ ପାଣ୍ଡବ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ମନୋଜ ମହାପାତ୍ର, ଜ୍ଞାନଦେବ ବେଉରା, ପ୍ରଶାନ୍ତ ଶତପଥି, ସୁଦର୍ଶନ ଦାସ, ବିନାୟକ ଦାସମହାପାତ୍ର, ଡକ୍ଟର ହମିଦ ହୁସେନ୍, ସସ୍ମିତା ବେହେରା, ଡକ୍ଟର ଗୋବିନ୍ଦ ଚନ୍ଦ୍ର ଭୁଇଁଆ, ପଦ୍ମାକର ଗୁରୁ, ଶୁଭଶ୍ରୀ ପଣ୍ଡା, ରଜନୀ ମହାନ୍ତି, ନିଶିକାନ୍ତ ମିଶ୍ର ସଦସ୍ୟ ରହିଛନ୍ତି |   ଦୀପକ କୁମାର ମହାପାତ୍ରଙ୍କୁ ଗଣମାଧ୍ୟମ ସଂଯୋଜକ ନିଯୁକ୍ତ ହୋଇଛନ୍ତି | 

Leave A Reply

Your email address will not be published.