ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଲେ ବେରେଡାକିଆ ସରପଂଚ ଓ ଶତାଧିକ ବିଜେଡି କର୍ମୀ 

0

ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଲେ ବେରେଡାକିଆ ସରପଂଚ ଓ ଶତାଧିକ ବିଜେଡି କର୍ମୀ 

ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ବେରେଡାକିଆ ପଂଚାୟତର ସରପଂଚ ତଥା ଏ ଅଂଚଳର ଜଣାଶୁଣା ନାରୀନେତ୍ରୀ ସସ୍ମିତା ପ୍ରଧାନ ବିଜୁ ଜନତା ଦଳ ଛାଡି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି | ତାଙ୍କ ସହ ୱାର୍ଡ ମେମ୍ବର ତଥା ଶତାଧିକ ବିଜେଡି କରମୀ ଆଜି ଘୁ ଉଦୟଗିରି ବିଧାୟକ ଜାକବ ପ୍ରଧାନଙ୍କ ଉପସ୍ଥିତିରେ କଂଗ୍ରେସ ରେ ଯୋଗ ଦେଇଛନ୍ତି | ସ୍ଥାନୀୟ ବିଜେଡି ନେତା ତଥା ଦଳର କାର୍ଯ୍ୟଧାରାରେ ଅତିଷ୍ଠ ହୋଇ ତଥା ସ୍ଥାନୀୟ ବିଧାୟକଙ୍କ ନେତୃତ୍ୱରେ ପ୍ରଭାବିତ ହୋଇ ସେ ଓ ତାଙ୍କ ସହଯୋଗୀମାନେ କଂଗ୍ରେସରେ ଯୋଗ ଦେଇଛନ୍ତି ବୋଲି ସଂସ୍ମିତା କହିଛନ୍ତି | ଏହି ଯୋଗଦାନ ଉତ୍ସବରେ କଂଗ୍ରେସ ଘୁ ଉଦୟଗିରି ବ୍ଲକ ସଭାପତି ତାରଜନ ସାହୁ, ନଗର ସଭାପତି ଗଗନ ପ୍ରଧାନ, ରାଇକିଆ ଜଣ ସଭାପତି ପରମାନନ୍ଦ ପଣ୍ଡା, ସତ୍ୟବାନ ପାତ୍ର,  ବରିଷ୍ଠ କଂଗ୍ରେସ କର୍ମୀ ପ୍ରଭାତ ନନ୍ଦ, ରଂଜିତ ଦିଗଲଙ୍କ ସମେତ ବହୁ ସ୍ଥାନିତ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ |

ସସ୍ମିତାଙ୍କ ଯୋଗଦାନ ଘୁ ଉଦୟଗିରି ନିର୍ବାଚନମଣ୍ଡଳୀରେ ଶକ୍ତିଶାଳୀ କଂଗ୍ରେସକୁ ଅଧିକ ବଳିଷ୍ଠ କରିବା ବୋଲି ବିଧାୟକ ଶ୍ରୀ ପ୍ରଧାନ କହିଛନ୍ତି | 

Leave A Reply

Your email address will not be published.