ଆକାଂକ୍ଷା” ମହିଳା ସଂଗଠନର ପ୍ରାକ୍ତନ ସଭାନେତ୍ରୀ ସ୍ୱର୍ଗତ ମିନାକ୍ଷୀ ସାହୁଙ୍କ ପ୍ରଥମ ପୂଣ୍ୟତିଥିରେ ଏକ ସ୍ମୃତି ଚାରଣ ସଭା

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଶୀର୍ବାଦ ଭବନରେ ସ୍ଵର୍ଗତ ମୀନାକ୍ଷୀ ସାହୁଙ୍କ ପ୍ରଥମ ପୂଣ୍ୟତିଥିରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। 

ଉକ୍ତ ସଭାରେ ଅଗ୍ରଣୀ ମହିଳା ସଙ୍ଗଠନ”ଆକାଂକ୍ଷା”ର ଉପଦେଷ୍ଟା ଡ଼ଃ କଲ୍ୟାଣୀ ମିଶ୍ର , ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ପାଠୀ , କର୍ଯ୍ୟକାରୀଣି ସଭାନେତ୍ରୀ ଶ୍ରୀମତୀ ଅଶାଲତା ପାଣିଗ୍ରାହୀ , ସଂପାଦିକା ମୀନା କୁମାରୀ ଟହଲ , ଉପସଭାନେତ୍ରୀ ଶ୍ରୀମତୀ ଅନିତା ମିଶ୍ର , ସଙ୍ଗଠନର ସଦସ୍ୟା ଶ୍ରୀମତୀ ସରିତା ପାଣିଗ୍ରାହୀ , ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , ଶୀମତୀ ସୁନିତା ରଥ ପ୍ରମୁଖ ଯୋଗ ଦେଇ “ଆକାଂକ୍ଷା”ର ପ୍ରାକ୍ତନ ସଭାନେତ୍ରୀ ଶ୍ରୀମତୀ ମୀନାକ୍ଷୀଙ୍କ ସ୍ମୃତି ଚାରଣ କରି ସଙ୍ଗଠନ ପ୍ରତି ତାଙ୍କର ଅବଦାନ , ସମର୍ପିତ ଭାବନା ଓ ସଙ୍ଗଠନର କାର୍ଯ୍ୟରେ ନିଜକୁ ନିୟୋଜିତ କରି ଶେଷରେ କରୋନା ମହାମାରୀରେ ଆକ୍ରାନ୍ତ ହୋଇ କିପରି ମୃତ୍ୟୁବରଣ କରିଥିଲେ ସେ ବିଷୟରେ ନିଜନିଜ ବ୍ୟକ୍ତବ୍ୟ ରଖିଥିଲେ।

ସେ ଜଣେ ଏକାଧାରରେ ମେଳାପି ଓ  ମିଷ୍ଠାଭାଷୀ ଓ ଦକ୍ଷ ଲେଖିକା ଥିଲେ। “ଆକାଂକ୍ଷା” ମହିଳା ସଂଗଠନର ସଭାନେତ୍ରୀ ଦାୟିତ୍ୱ ନେଇ ମହିଳା ମାନଙ୍କର ଉନ୍ନତି ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାନ କରି  ଆସୁଥିଲେ। ପ୍ରତ୍ୟେକ ସଭା ସମିତିରେ ତାଙ୍କର ଉପସ୍ଥିତର  ଗୁରୁତ୍ୱତା ରହିଥିଲା। ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ସ୍ୱର୍ଗତ ତ୍ରିନାଥ ସାହୁଙ୍କ ଜ୍ୟୋଷ୍ଠକନ୍ୟା ଥିଲେ। 

ବିଭିନ୍ନ ବାଧାବିଘ୍ନ ଓ ପ୍ରତିବନ୍ଧକ ସତ୍ତ୍ୱେ ‘ଆକାଂକ୍ଷା’ ସଙ୍ଗଠନର କାର୍ଯ୍ୟକ୍ରମ ଜାରି ରଖିପାରିଲେ ମୀନାକ୍ଷୀଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ସମସ୍ତେ ମତ ପୋଷଣ କରିଥଲେ।

Leave A Reply

Your email address will not be published.