କୃଷି କୃଷକ ସଶକ୍ତିକରଣ ମତ୍ସ୍ୟ-ପଶୁପାଳନ ମନ୍ତ୍ରୀ ଡ଼ ଅରୁଣ ସାହୁଙ୍କ ସମ୍ବଲପୁର ଜିଲ୍ଲା ଗସ୍ତ 

0 2

 https://www.youtube.com/watch?v=gymPtF7IhgA

ସମ୍ବଲପୁର ଜିଲ୍ଲାରେ ମସ୍ୟ ଉତ୍ପାଦନ ବୄଦ୍ଧି ପାଇଁ ମନ୍ତ୍ରୀଙ୍କ ସମୀକ୍ଷା  

 ସମ୍ବଲପୁର/ରମାକାନ୍ତ ବିଶ୍ବାଳ – ଓଡ଼ିଶାରେ ମସ୍ୟ ଚାଷ ଉତ୍ପାଦନ କିପରି ବୃଦ୍ଧି ହେବ ସେନେଇ ସରକାର ସମ୍ବଲପୁର ଚିପିଲିମା ଠାରେ ଏକ ବୄହତ ପ୍ରକଳ୍ପ କାର୍ଯ୍ୟକାରୀ  କରିବାକୁ ଯାଉଛନ୍ତି । ଏନେଇ ଆଜି ରାଜ୍ୟ କୃଷି କୃଷକ ସଶକ୍ତିକରଣ ମତ୍ସ୍ୟ-ପଶୁପାଳନ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ମନ୍ତ୍ରୀ ଏହି କାର୍ଯ୍ୟର ସମୀକ୍ଷା କରିଛନ୍ତି ।

 ସାରା ରାଜ୍ୟରେ ମସ୍ୟଚାଷ କୁ ଗୁରୁତ୍ୱ ଦେଇ ସରକାର ଏବେ ବିଶେଷ ପ୍ରକଳ୍ପ ଆରମ୍ଭ କରୁଛନ୍ତି । ରାଜ୍ୟର ସମ୍ବଲପୁର ଜିଲ୍ଲା ର  ଚିପିଲିମା ସମେତ ରାଜ୍ୟର ୪ ଗୋଟି ସ୍ଥାନରେ ମସ୍ୟ ଚାଷ ପାଇଁ ମେଗା ପଣ୍ଡ ପ୍ରକଳ୍ପ ଆରମ୍ଭ କରାଯାଉଛି । ସମ୍ବଲପୁର ଜିଲ୍ଲା ରେ ଏଥିପାଇଁ ଚିପିଲିମା ସ୍ଥିତ ଆଞ୍ଚଳିକ ମସ୍ୟ ଜାଆଁଳା ଉତ୍ପାଦନ କେନ୍ଦ୍ର ଠାରେ ଏହି ପ୍ରକଳ୍ପ ଆରମ୍ଭ ହେବ । ଆଜି ରାଜ୍ୟ ମସ୍ୟ ମନ୍ତ୍ରୀ ଅରୁଣ ସାହୁ ଏହି ପ୍ରକଳ୍ପ ହେଉଥିବା ଅଞ୍ଚଳ କୁ ଅଚାନକ ଗସ୍ତ କରି ଏହାର ସମିକ୍ଷା କରିଛନ୍ତି । ମନ୍ତ୍ରୀଙ୍କ ସହ ରାଜ୍ୟ ମସ୍ୟ ବିଭାଗ ସଚିବ ମଧ୍ୟ ଉପସ୍ଥିତ ଥିଲେ । ଚିପିଲିମା ଠାରେ ବର୍ତ୍ତମାନ ବର୍ଷ କୁ ୨୫ କୋଟି ଜାଆଁଳା ଉତ୍ପାଦନ ହେଉଥିବା ବେଲେ ସରକାରଙ୍କ ଏହି ପ୍ରକଳ୍ପ ପରେ ଏଠାରେ ଆଉ ୩୯ ଗୋଟି ବନ୍ଧ ଖୋଳାଯାଇ ଜାଆଳା ଉତ୍ପାଦନ କରାଯିବା ପରେ ଏଠାରୁ ୫୦ କୋଟି  ଜାଆାଁଳା ଉତ୍ପାଦନ ହୋଇପାରିବ ବୋଲି ମନ୍ତ୍ରୀ ଡ଼ ସାହୁ କହିଛନ୍ତି ।

ଆଜି ମନ୍ତ୍ରୀ ଡ଼ ସାହୁଙ୍କ ଚିପିଲିମା ଅଞ୍ଚଳକୁ ଗସ୍ତ ସମୟରେ  ମହାନଦୀ ଏବଂ ହୀରାକୁଦ ଡେମରେ କେଜ ପ୍ରଣାଳୀରେ ମାଛ ଚାଷ ନେଇ ସମିକ୍ଷା ମଧ୍ୟ କରିଥିଲେ ।ଏହା ସହ ଚିପିଲିମାରୁ  କିପରି ଏପ୍ରିଲ ଓ ମେ ମାସ ସୁଦ୍ଧା ୫୦  କୋଟି ଜାଆଁଳା ଉତ୍ପାଦନ ହୋଇପାରିବ ସେନେଇ ମଧ୍ୟ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି |  ଚିପିଲିମା ଠାରେ ଥିବା ମସ୍ୟ ଓ ଜାଆଁଲା ଉତ୍ପାଦନ କେନ୍ଦ୍ର ରେ ବାର୍ଷିକ ୫୦ କୋଟି ଜାଆଁଲା ଉତ୍ପାଦନ  ଲକ୍ଷ୍ୟ ପୁରଣ ହେଲେ  ଓଡିଶାରେ ମସ୍ୟ ଚାଷ କ୍ଷେତ୍ରରେ ଚିପିଲିମା ପାଇଁ  ବଡ଼ ଉପଲବ୍ଧ ହୋଇପାରିବ ବୋଲି ଆଶା କରାଯାଉଛି।

ସେପଟେ ମନ୍ତ୍ରୀଙ୍କ ଗସ୍ତ ସମୟରେ ବିଜେପି ଜିଲ୍ଲା କୄଷକ ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀଙ୍କ ସହ ଜିଲ୍ଲା ର ମାଛ ଚାଷୀ ଙ୍କ ସମସ୍ୟା ନେଇ ଆଲୋଚନା କରାଯାଇଥିଲା ।  ଜିଲ୍ଲାର  ମସ୍ୟ ଚାଷୀଙ୍କୁ ସରକାରୀ ପ୍ରୋତ୍ସାହନ ମିଲୁ ନଥିବା ଅଭିଯୋଗ କରିଛି ବିଜେପି । ସରକାରୀ ସ୍ତରରେ ମାଛ ଚାଷୀ ଙ୍କ ପାଇଁ ସବୁ ଯୋଜନା ସଠିକ କାର୍ଯ୍ୟକାରି ହେବା ସହ ସମ୍ବଲପୁର ସହର ରେ ଥିବା ମସ୍ୟ ବିଭାଗର ବନ୍ଧ ଗୁଡିକୁ ପୁନରୁଦ୍ଧାର କରିବା ପାଇଁ ବିଜେପି ପକ୍ଷରୁ ମନ୍ତ୍ରୀଙ୍କ ଠାରେ ଦାବି କରାଯାଇଥିଲା ।

Leave A Reply

Your email address will not be published.