ଛେଳି ଉଦ୍ଧାର କରିବାକୁ ଯାଇ ନିଜେ ଫସିଗଲେ 

0

ବାରିପଦା(ଦିଲ୍ଲୀପ ମହାନ୍ତି) : କୂଅରେ ଗଲିପଡ଼ିଥିବା ଏକ ଛେଳିକୁ ଉଦ୍ଧାର କରିବାକୁ ଯାଇ ଫସିଲେ ଯୁବକ। ଗଭୀର କୂଅରୁ ବାହାରି ନପାରିବା ଫଳରେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର ହେଲେ। ଏପରି ଘଟଣା ଘଟିଛି ବାରିପଦା ଟାଉନଥାନା ଅନ୍ତର୍ଗତ ଓ୍ବାର୍ଡ ନମ୍ବର ୧୮, ଯମୁନାଦେଇପୁର ଅଞ୍ଚଳରେ। ଏହି ଅଞ୍ଚଳର ବିମଲ ମୁଖୀଙ୍କ ଛେଳି ଟି ଘରପାଖରେ ବୁଲୁଥିବା ବେଳେ  କୁଅ ଭିତରେ ଗଳି ପଡିଥିଲା । ଛେଳିଟି କୁଅରେ ପଡିଯିବା ଦେଖି ବିମଲ ତାକୁ ଉଦ୍ଧାର କରିବାକୁ ଯାଇ କୁଅ ମଧ୍ୟକୁ ପଶିଥିଲେ । ହେଲେ ଗଭୀର କୁଅରୁ ବାହାରକୁ ଆସିପାରିନଥିଲେ । ଘର ଲୋକ ତୁରନ୍ତ ଏ ବିଷୟରେ ସାହି ପଡିଶାଙ୍କୁ ଜଣାଇଥିଲେ । ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ବାରିପଦା ଅଗ୍ନିଶମ ବିଭାଗ ସହାୟତାରେ କୁଅ ମଧ୍ୟରୁ ବିମଲ ଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ଏକ ପ୍ରାଣୀକୁ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚାଇବାକୁ ଯାଇ ବିମଲ ଦେଖାଇଥିବା ମାନବୀୟ ଉଦ୍ୟମକୁ ପ୍ରଶଂସା କରାଯାଇଛି। ଛେଳିକୁ ମଧ୍ୟ ଜୀବିତ ଉଦ୍ଧାର କରାଯାଇଛି। 

 

Leave A Reply

Your email address will not be published.