ବିଜେପି-ବିଜେପି ହାତାହାତି : ପଦାରେ ପଡିଲା ବିଜେପିର ଫାଟ

0 3

ବଲାଙ୍ଗୀର (ନିରୋଜ ମିଶ୍ର): ବିଜେପି ଦଳର ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ଓ ଅଶୋକଙ୍କ ମଧ୍ୟରେ ତୁ-ତୁ ମେ-ମେ ନେଇ ଚର୍ଚ୍ଚା । ତେବେ ଆଜି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ଗୁଡ଼ଭେଲା ବ୍ଳକ କାର୍ଯ୍ୟାଳୟକୁ ବିଜେପି ପକ୍ଷରୁ ଘେରାଉ କରାଯାଇଥିବା ବେଳେ ଆଧାବାଟରୁ ଟିଟିଲାଗଡ଼ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ଠାକୁରଙ୍କୁ ଦେଖି ଚିହିଁକି ଉଠିଲେ ଗୁଡ଼ଭେଲା ବ୍ଳକ ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଦୋରା। ତେବେ ଦୁଇ ଜଣ ବିଧାୟକ ପ୍ରାର୍ଥୀଙ୍କୁ ନେଇ ଏବେ ଅନେକ ଚର୍ଚ୍ଚା ଲାଗି ରହିଥିବା ବେଳେ ଦୁଇ ଜଣଙ୍କ କଥା କଟାକଟି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଅନ୍ୟପଟେ ବିଜେପି ଭିତରେ ଫାଟ ସୃଷ୍ଟି ହୋଇଥିବା ରାଜରାସ୍ତାରେ ଗଡୁଛି ।

ପ୍ରକାଶ ଥାଉକି ଯେ, ଆଜି ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ବିରୋଧରେ ଗୁଡଭେଲା ବ୍ଳକର ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କିନ୍ତୁ କାର୍ଯ୍ୟକ୍ରମରେ ସାମ୍ନା ସାମ୍ନି ହୋଇଥିଲେ ଦଳୀୟ ପ୍ରାର୍ଥୀ ଗୁଡଭେଲା ବ୍ଳକର ଅଶୋକ ଦୋରା । ବିରୋଧ କରିଥିଲେ ବିଜେପିର ୨୦୧୪ର ଦଳୀୟ ପ୍ରାର୍ଥୀ ମହେନ୍ଦ୍ର କୁମାର ଠାକୁରଙ୍କୁ । ଗତ ନିର୍ବାଚନରେ ଅଶୋକଙ୍କୁ ସାହାଯ୍ୟ କରିନଥିବା ମହେନ୍ଦ୍ର ଠାକୁର ଏଠୁ ଚାଲିଯାଆନ୍ତୁ ଓ ସେ ଦଳରେ ନାହାନ୍ତି ବୋଲି ଶତାଧିକ ବିଜେପି କର୍ମୀଙ୍କ ଉପସ୍ଥିତରେ ଅଶୋକ ଅଭିଯୋଗ କରିଥିଲେ । ଦୁଇ ନେତାଙ୍କ ମଧ୍ୟରେ ଅନେକ ଯୁକ୍ତି ତର୍କ ଲାଗି ରହିଥିଲା । ଏପଟେ ପୂର୍ବତନ ପ୍ରାର୍ଥୀଙ୍କ ତୁତୁ ମେମେ ଦେଖି ଶାସକ ବିଜେଡି ଦଳର ଖୁସି କହିଲେ ନ ସରେ ବୋଲି ସାଧାରଣରେ ଆଲୋଚନା ହେଉଛି । ମାତ୍ର କିଛି ମାସ ପରେ ମ୍ୟୁନସିପାଲଟି ଆଉ ପଞ୍ଚାୟତ ନିର୍ବାଚନ, ଏବେ ଏମାନଙ୍କ ମଧ୍ୟରେ ଲାଗିଥିବା କଳି ରାଜନୈତିକ ପାଣିପାଗକୁ ସରଗରମ କରୁଛି । ବିଜେପିରେ ମହେନ୍ଦ୍ର ଠାକୁରଙ୍କ ପୁଣି ସକ୍ରିୟତା ଦଳରେ ଅଶୋକ ଦୋରାଙ୍କ ସ୍ଥିତ ପ୍ରତି ଆହ୍ୱନ ସୃଷ୍ଟି କରିଛି ।

Leave A Reply

Your email address will not be published.