କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଯୋଗସୂତ୍ରରେ ଚାଲିଛି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି । 

0 2

ଭଦ୍ରକ ବ୍ଲକ୍,(ସୀତାକାନ୍ତ ପାଢ଼ୀ); କେନ୍ଦ୍ର ସରକାରଙ୍କ ଲଗାତାର ପେଟ୍ରୋଲ ,ଡିଜେଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ଏବେ ଲୋକଙ୍କୁ ଚିନ୍ତାରେ ପକାଇଲାଣି । ପେଟ୍ରୋଲ ଓ ଡିଜେଲ ଦର ୧୦୦ ପାର ହୋଇ ଯାଇଥିବାବେଳେ ଖାଇବା ତେଲ ଦର ବୃଦ୍ଧି ସାଙ୍ଗକୁ ଦୈନିକ ରନ୍ଧନ ଗ୍ୟାସର ମୂଲ୍ୟ ମଧ୍ୟ ବୃଦ୍ଧି ପାଇ ଚାଲିଛି , ଯାହା ଏବେ ଗ୍ୟାସ ଦର ୯୦୦ ଟଙ୍କାରେ ପହଁଚିଲାଣି । ଜଣେ ଗରିବ ଓ ମଧ୍ୟମ ଶ୍ରେଣୀର ଲୋକଙ୍କ ଆୟ ତୁଳନାରେ ଏହା ସେମାନଙ୍କ ପ୍ରତି ବୋଝ ଉପରେ ଲଳିତ ବିଡା ସଦୃଶ । ଏହା କୁ ରାଜ୍ୟ ସରକାର ବିରୋଧ କରୁନାହିଁ , କାରଣ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟ ଚାଲୁଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଭଦ୍ରକ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ । 

ଆଗାମୀ ଦିନରେ ଦଳମତ ନିର୍ବିଶେଷରେ ପେଟ୍ରୋଲ , ଡିଜେଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ବିଷୟକୁ ନେଇ ସମସ୍ତ ରାଜ୍ୟବାସୀ ଆନ୍ଦୋଳନରେ ସାମିଲ ହୁଅନ୍ତୁ ବୋଲି ସଂଗଠନର ଯୁବନେତା ମାନେ ଆହ୍ଵାନ କରିଛନ୍ତି ।

Leave A Reply

Your email address will not be published.