ଅଙ୍ଗନବାଡି ଅଛି ହେଲେ ଘର ନାହିଁ

9

ସେଥିରେ ପୁଣି କଣ ନା , ସମସ୍ତେ ପଢିବେ ସମସ୍ତେ ବଢିବେ !

କେନ୍ଦୁଝର,ତା୨/୧୧– କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ତେନ୍ତଳାପଶି ପଞ୍ଚାୟତର ଧନୁର୍ଜ୍ଜୟପୁର ଗ୍ରାମର ଶତାଧିକ ମହିଳା ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ ପାଖକୁ ଛୁଆଙ୍କ ପାଠ ପଢା ପାଇଁ ଅଭିଯୋଗ ନେଇ ଆସିଥିଲେ। ଉକ୍ତ ମହିଳା ମାନଙ୍କ ଅଭିଯୋଗ ଥିଲା କି ଗାଁରେ ଅନେକ ବର୍ଷ ହେବ ଛୁଆଙ୍କ ପଢିବା ଲାଗି ଅଙ୍ଗନବାଡି ଖୋଲିଛି, ହେଲେ ସ୍ଥାୟୀ ଘରେ ତାହା ଚାଲୁ ନାହିଁ। ସେହି ଅଙ୍ଗନବାଡି ଦିଦିଙ୍କ ବାରଣ୍ଡାରେ ତାହା ଏବେ ଚାଲୁଛି। ଗାଁର କୁନିକୁନି ଛୁଆ ମାନେ କଣ୍ଟାଝଣ୍ଟା ରାସ୍ତା ଦେଇ ସେହି ବାରଣ୍ଡାକୁ ଯାଇ ବାଧ୍ୟ ହେଇ ପଢୁଛନ୍ତି। ଅନେକ ଛୁଆ ପାଠ ପଢିବାକୁ ତେଣୁ ଅମଙ୍ଗ ହେଉଛନ୍ତି ଯେ ଅଭିଭାବକ ବାଧ୍ୟ କରି ସେମାନଙ୍କୁ ଟାଣିଟାଣି ନେଉଛନ୍ତି। ଏହି ଗାଁରେ ଅନେକ ମୌଳିକ ସମସ୍ୟା ରହିଛି ବୋଲି ଯୁଗ୍ମ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କୁ କ୍ଷୋଭର ସହ କହିଛନ୍ତି। ତେବେ ସେମାନେ ଛୁଆଙ୍କ ଭବିଷ୍ୟତ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗାଁରେ ତୁରନ୍ତ ଅଙ୍ଗନବାଡି ଘରଟିଏ କରିଦେବାକୁ ନିବେଦନ କରିଛନ୍ତି।

Leave A Reply

Your email address will not be published.