କେନ୍ଦୁଝର,ତା୨/୧୧– କେନ୍ଦୁଝର ସହରରେ କିଛି ଦିନଗଲେ କାଳୀପୂଜା ଆରମ୍ଭ ହେବ ସେତେବେଳେ ସହର ଉତ୍ସବ ମୁଖର ହେବ ହଜାର ହଜାର ଲୋକ ସହରକୁ ମେଳା ଦେଖିବାକୁ ଆସିବେ। ମେଳା ପଡିଆ ବାଦ ସହରର ମୁଖ୍ୟ ରାସ୍ତା ଥାନା ଛକରୁ ଚର୍ଚ୍ଚ ଛକ ଯାଏ ରାସ୍ତା କଡେ ଉଠା ଦୋକାନ ବସିବ। ତେବେ ସେଲାଗି ଚର୍ଚ୍ଚ ଛକରୁ ଧରଣୀ ଛକ ଦେଇ ଅଧିକାଂଶ ଗାଡି ଆମ୍ବୁଲାନ୍ସ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଧରଣୀଧର ମେଡିକାଲ କଲେଜ ଯିବା ଆସିବା କରିବେ। ତେବେ ଏବେ ଦେଖିବାକୁ ମିଳୁଛି କି ଧରଣୀ ଛକରୁ ଜେଲ ଫାଟକ ଯାଏ ରାସ୍ତା କଡେ ଖୋଳା ହେଇ ଟେଣ୍ଟ ବନ୍ଧା କାମ ଆରମ୍ଭ ହୋଇଛି। ଏହାକୁ ପୁରୀର ଏକ ପାଠାଗାର ସଂସ୍ଥା କୁଆଡେ କେନ୍ଦୁଝର ନଗରପାଳିକା ପାଖରୁ ଠିକାରେ ନେଇଛି କି ସେଠାରେ ହସ୍ତତନ୍ତ ମେଳା କରିବ। ତେଣୁ ସମାଜସେବୀ ଦିଲୀପ କୁମାର ସାହୁ ଆଜି କେନ୍ଦୁଝର ଜିଲ୍ଲାପାଳଙ୍କୁ ସରକାରୀ ପାଦଚଲା ରାସ୍ତାକୁ କିପରି ଲିଜ ଦିଆଗଲା ଏଥିଲାଗି ରାସ୍ତା ଜାମ ହୋଇ ରୋଗୀ ମଲେ କିଏ ଦାୟୀ ରହିବ ବୋଲି ପ୍ରଶ୍ନ କରିଛନ୍ତି। ପାଠାଗାର ପୁସ୍ତକ ମେଳା କରିବା ବଦଳରେ ଏହି ହସ୍ତତନ୍ତ ମେଳା କରି ଷ୍ଟଲ ପିଛା ଭଲ ଆଦାୟ କରି ବେପାର କରୁଛି ସେ କହିଛନ୍ତି। ତେବେ ଜିଲ୍ଲାପାଳ ଏହାକୁ ତଦନ୍ତ ଲାଗି ସଦର ଉପଜିଲ୍ଲାପାଳଙ୍କୁ ଦେବା ପରେ ସେ ଏହାକୁ ବନ୍ଦ କରିବେ କହିଛନ୍ତି।