ପୁରୀ/ଅନିମେଷ ପଟ୍ଟନାୟକ : ଦିଆସିଲିର କୁନି ତାଳଧ୍ଵଜ । ସେଥିରେ ବିରାଜମାନ ବଡ ଠାକୁର । ଏହି ତାଳଧ୍ଵଜରେ ଲାଗିଛି ୧୦୨୨୦ଟି ଦିଆସିଲି କାଠି । ୩୨ ଇଞ୍ଚ ଲମ୍ବା ୧୪ ଇଞ୍ଚ ଚଉଡା ଏହି କୁନି ତାଳଧ୍ଵଜକୁ ତିଆରି କରିଛନ୍ତି ପୁରୀର ଶାଶ୍ୱତ ରଞ୍ଜନ ସାହୁ । ଏହି କଳାକୃତିକୁ କରିବାକୁ ସାସ୍ୱତଙ୍କୁ ପାଖାପାଖି ୧୧ ଦିନ ଲାଗିଥିଲା । କୁନି ତାଳଧ୍ଵଜରେ ବଡ ଠାକୁର, ସାରଥି, ଓଲଟ ଶୁଆ ଆଦି ରଖିବାକୁ ମଧ୍ୟ ଭୁଲି ନାହାନ୍ତି ସାସ୍ୱତ ।
ଗତଥର ଭଳି ଏଥର ମଧ୍ୟ ବିନା ଭକ୍ତରେ ଶ୍ରୀଜିଉମାନଙ୍କ ବଡ ଯାତ୍ରା ହେବ । ଏହି ଅବସରରେ ମହାପ୍ରଭୁ ଜଗତକୁ ଏ ମହାମାରୀରୁ ଉଦ୍ଧାର କରନ୍ତୁ ବୋଲି ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ଶାଶ୍ୱତ ।