ବାଇକ୍ ଚୋର ଗିରଫ

0 2

ପଦ୍ମପୁର(ଶାସକପ୍ରଶାସକ) – ଗୋଟିଏ ବାଇକ୍ ଚୋର କୁ ଧରିବାରେ ଝାରବନ୍ଧ ପୋଲିସ ସଫଳ ହୋଇଛି ଏବଂ ବାଇକ୍ ଜବତ କରିବା ସହିତ ଦୁଇଜଣ ଚୋର କୁ କୋର୍ଟ ଚାଲାଣ କରାଯାଇଛି। ଝାରବନ୍ଧ ଥାନା ଅଧିକାରୀ ଶ୍ରୀଯୁକ୍ତ ଅନିଲ କୁମାର ପ୍ରଧାନ ଙ୍କ ସୂଚନା ଅନୁସାରେ ବଣ୍ଡା ମୁଣ୍ଡା ଗ୍ରାମ ର ଅଶୋକ ପଟେଲ ନାମକ ବ୍ୟକ୍ତି ନିଜର ଏଚ୍ ଏଫ୍ ଡିଲକ୍ସ ବାଇକ୍ (CG 06 GJ 3065) କୁ ଶିବ ମନ୍ଦିର ପାଖରେ ରଖି ନିଜ କାମ ପାଇଁ କିଛି ଦୂର କୁ ଯାଇଥିଲେ। ନିଛାଟିଆ ସ୍ଥାନରେ ବାଇକୁ ଦେଖି ଗଣ୍ଡ ପଡା (ଭଣ୍ଡାରଜୁରୀ) ଗ୍ରାମ ର ସହଦେବ ସୁନା (୨୧)ଚୋରି କରି ନେଇଯାଇଥିଲା ଏବଂ ବାଇକ୍ ଟିକୁ ପାଇକମାଲ ଥାନା ରଥିପୁର (ଯୋଗେନ୍ଦ୍ରନାଥପୁର) ର ଅଭିମନ୍ୟୁ ତାଣ୍ଡି ପାଖରେ ବିକ୍ରୟ କରିଥିଲା। ପୋଲିସ ସମସ୍ତ ତଥ୍ୟ ସଂଗ୍ରହ କରି ବାଇକ କୁ ଉଦ୍ଧାର କରି ଝାରବନ୍ଧ କେଶ ନଂ ୮୯/୨୦୨୧ ମାମଲା ରୁଜୁ କରି ଦୁଇଜଣଙ୍କୁ କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.