“ଆକାଂକ୍ଷା” ମହିଳା ସଙ୍ଗଠନ ପକ୍ଷରୁ ବନମହୋତ୍ସବ ସପ୍ତାହ ପାଳନ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାର ଅଗ୍ରଣୀ “ଆକାଂକ୍ଷା” ମହିଳା ସଙ୍ଗଠନ ପକ୍ଷରୁ ଦୋଳବନ୍ଧ ପ୍ରାଙ୍ଗଣଠାରେ ବୃକ୍ଷରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବରିଷ୍ଠ ଶିକ୍ଷାବିତ୍ତ ଆଚାର୍ଯ୍ୟ ଶ୍ରୀଯୁକ୍ତ ବିନୋଦ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରାରମ୍ଭରେ ବୃକ୍ଷରୋପଣ କରିଥିଲେ।

 ସମ୍ମାନୀତ ଅତିଥି ରୂପେ ମହିଳା ମହା ବିଦ୍ୟାଳୟର ଅଧ୍ୟାପିକା ଡ. କଲ୍ୟାଣୀ ମିଶ୍ର ଏବଂ “ଆକାଂକ୍ଷା” ମହିଳା ସଙ୍ଗଠନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ସମ୍ପାଦିକା  ଶ୍ରୀମତି ମିନା କୁମାରୀ ଟହଲ , ଶ୍ରୀମତି ଭାଗ୍ୟଲକ୍ଷ୍ମୀ ନାୟକ , ସ୍ୱର୍ଣ୍ଣପ୍ରଭା ପାଠୀ , ମମତା ପାଢ଼ୀ , ଅନିତା ମିଶ୍ର , ସୁନିତା ବେହେରା ,  ସୁଜାତା ପାଢ଼ୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।

Leave A Reply

Your email address will not be published.