ଭୁବନେଶ୍ୱର: ଜାତୀୟସ୍ତରରେ ଲେଖକ-ସାମ୍ବାଦିକଙ୍କ ପ୍ରଥମ ମିଳିତ ମଞ୍ଚ ‘Writers and Journalist Association’ (WAJA India) ଓଡ଼ିଶା ପ୍ରଦେଶର ଅଧ୍ୟକ୍ଷାଭାବେ ବିଶିଷ୍ଟ ଲେଖିକା, ସାମ୍ବାଦିକା, ସମାଜସେବୀ, ଉଦ୍ୟୋଗୀ ତଥା ‘କାଦମ୍ବିନୀ’ ସମ୍ପାଦିକା ଡ. ଇତି ସାମନ୍ତ ମନୋନୀତ ହୋଇଛନ୍ତି। ଅନୁଷ୍ଠାନର ଜାତୀୟ କମିଟିର ନିଷ୍ପତ୍ତି ଅନୁସାରେ WAJA Indiaର ଜାତୀୟ ମହାସଚିବ ଶିବେନ୍ଦ୍ର ପ୍ରକାଶ ଦ୍ୱିବେଦୀଙ୍କ ଦ୍ୱାରା ଏ ସଂପର୍କିତ ମନୋନୟନ ପତ୍ର ନୂଆଦିଲ୍ଲୀ କାର୍ଯ୍ୟାଳୟରୁ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ରାଷ୍ଟ୍ରୀୟ ଏକୀକରଣ ଏବଂ ବିଭିନ୍ନ ଭାଷା ସାହିତ୍ୟର ବିକାଶକୁ ପ୍ରାଧାନ୍ୟ ଦେଇ ଲେଖକ ଓ ସାମ୍ବାଦିକମାନଙ୍କୁ ଗୋଟିଏ ମଞ୍ଚରେ ଏକତ୍ର କରିବାର ଲକ୍ଷ୍ୟରେ ‘‘Writers and Journalist Association’ସୃଷ୍ଟି। ବିଭିନ୍ନ ରାଜ୍ୟରେ ଏହି ସଂଗଠନ ବେଶ୍ ସକ୍ରିୟତାର ସହ କାର୍ଯ୍ୟ କରୁଛି । ସାହିତ୍ୟ ଓ ସାମ୍ବାଦିକତାର ଏଭଳି ଏକ ମହତ୍ୱପୂର୍ଣ୍ଣ ଜାତୀୟ ସଂଗଠନର ଓଡ଼ିଶା ଶାଖାର ଅଧ୍ୟକ୍ଷା ଭାବରେ ଡ. ଇତି ସାମନ୍ତଙ୍କ ମନୋନୟନକୁ ବିଭିନ୍ନ ବର୍ଗରେ ସ୍ୱାଗତ କରାଯାଇଛି । ଡ. ଇତି ସାମନ୍ତଙ୍କ ଅଧ୍ୟକ୍ଷତାରେ WAJA Odisha ବେଶ୍ ପ୍ରଭାବଶାଳୀ କାର୍ଯ୍ୟ କରିବ ବୋଲି ମଧ୍ୟ ଏହାର କେନ୍ଦ୍ରୀୟ ସଂଗଠନ ଆଶା ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post