ରାମସାଗରରେ ଖୁବ ଶୀଘ୍ର ଆରମ୍ଭ ହେବ  ବୋଟିଙ୍ଗ୍ ବ୍ୟବସ୍ଥା 

0 2

ପର୍ଯ୍ୟଟନ-ସଂସ୍କୃତି ମନ୍ତ୍ରୀଙ୍କ ଦୁଇ ଦିନିଆ ନୟାଗଡ଼ ଗସ୍ତ : ଓଡ଼ଗାଁ ରାମସାଗର ପାର୍କ ପରିଦର୍ଶନ

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷ, ସାହିତ୍ୟ, ଓ ସସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିରଞ୍ଜନ ପାଣିଗ୍ରାହୀ ନୟାଗଡ଼ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସି  ବିଭିନ୍ନ  ପ୍ରକଳ୍ପର ସମୀକ୍ଷା କରିଥିଲେ । ପ୍ରଥମେ ଓଡ଼ଗାଁ ବ୍ଲକରେ ନିର୍ମାଣ ହୋଇଥିବା ରାମସାଗର ପାର୍କ ପରିଦର୍ଶନ କରି ଏହାର ବିକାଶ ଉପରେ ଆଲୋଚନା କରିଥିଲେ । ସେହିପରି ଓଡ଼ଗାଁ ପ୍ରସିଦ୍ଧ ଶ୍ରୀରଘୁନାଥ ଜିଉଙ୍କ ପର୍ଯ୍ୟଟନ କ୍ଷେତ୍ରର ଭିତି ଭୁମି ବିକାଶ ନିମନ୍ତେ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ, ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୁପ୍ରସାଦ ସାହୁ, ତହସିଲଦାର ବିଜୟୀତା ସାମନ୍ତ ସିଂହାର, ବିଡିଓ ସ୍ୱାତିଲେଖା ଦାସ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର, ସହକାରୀ ଯନ୍ତ୍ରୀ ଶରତ ମଲ୍ଲିକ ପ୍ରମୁଖଙ୍କ ଉପସ୍ଥିତିରେ ସମୀକ୍ଷା କରିଥିଲେ । ରାମସାଗର ପାର୍କର ମ୍ୟୁଜିକାଲ ଫାଉଁଟେନ ସହିତ ସମସ୍ତ ପ୍ରକାରର ବିକାଶ କରାଯିବ ଏବଂ ଖୁବଶୀଘ୍ର ପାର୍କକୁ ଲାଗି ରହିଥିବା ଶ୍ରୀରାମ ସାଗର ମଧ୍ୟରେ ୪ ଗୋଟି ବୋଟିଙ୍ଗ ବ୍ୟବସ୍ଥା କାର୍ଯ୍ୟ ଆରମ୍ଭ କରିବା ପାଇଁ ନିଦେ୍ର୍ଧଶ ଦେଇଥିଲେ । ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ସବୁ ସମୟରେ ଆସୁଥିବା ଯାତ୍ରୀ ମାନେ ପ୍ରଭୁଙ୍କ ଦର୍ଶନ ସାନିଦ୍ଧ୍ୟ ଲାଭ କରିବା ସହିତ ପାର୍କ ଭ୍ରମଣ, ବୋଟିଙ୍ଗ୍ ଏବଂ ସନ୍ଧ୍ୟାରେ ମ୍ୟୁଜିକାଲ ଫାଉଁଟେନର ମଜା ନେଇ ପାରିବେ ।

ଓଡ଼ଗାଁ ବ୍ଳକ ଗସ୍ତ ସାରି ମନ୍ତ୍ରୀ ନୟାଗଡ଼ ସର୍କିଟ ହାଉସ ଠାରେ ପହଁଚି କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ  ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ସହିତ ନୟାଗଡ଼ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ଓ ସଂସ୍କୃତିର ବିକାଶ ସମ୍ପର୍କରେ ସମୀକ୍ଷା କରିଥିଲେ । ବିଶେଷ କରି ପ୍ରାଥମିକ ଭାବେ ସଂସ୍କୃତି ଭବନର ଉନ୍ନତିକରଣ, ଜଗନ୍ନଥ ମନ୍ଦିରର ମରାମତି ଏବଂ ବଲାଙ୍ଗିବନ୍ଧ ପାର୍କର ଉନ୍ନତି କରଣ ପାଇଁ ଜିଲ୍ଲାର ପ୍ରଶାସନିକ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ନୟାଗଡ଼ ବନଖଣ୍ଡ ଅଧିକାରୀ ଏଚଡି ଧନରାଜ, ଜିଲ୍ଲା ଗ୍ରାମଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ସୂଚନା ଲୋକ ସମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁାମର ନାୟକ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଦେବଦତ ରଥ, ପୈାର ପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ସହିତ ବିଭାଗୀୟ ଯନ୍ତ୍ରୀମାନେ ମନ୍ତ୍ରୀଙ୍କ ସମୀକ୍ଷାରେ ସହଯୋଗ କରିଥିଲେ । ଆସନ୍ତା କାଲି ମନ୍ତ୍ରୀ କଂଟିଲୋ ଗସ୍ତକରି ପ୍ରଭୁ ନିଳମାଧବ ମନ୍ଦିର ପରିଦର୍ଶନ କରି ଏହାର ଉନ୍ନତି କରଣ ସମ୍ପର୍କରେ ଆଲୋଚନା କରିବାର ସୂଚନା ରହିଛି । 

Leave A Reply

Your email address will not be published.