ନବଜୀବନ ଅନ୍ଧ ଏବଂ ଉପଶମ କେନ୍ଦ୍ରର ୧୪ତମ ବାର୍ଷିକୋତ୍ସବ ଏବଂ ଟ୍ରଷ୍ଟର ପ୍ରତିଷ୍ଠାତା ଡ଼. କେ ଶ୍ରୀଧର ଆଚାର୍ଯ୍ୟଙ୍କ ଜନ୍ମ ଦିବସ ପାଳିତ 

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ନବଜୀବନ ଅନ୍ଧ ଏବଂ ଉପଶମ କେନ୍ଦ୍ର ( ଶିଶୁ ଯତ୍ନ ଅନୁଷ୍ଠାନ) ର ୧୪ତମ ବାର୍ଷିକୋତ୍ସବ ଏବଂ ଟ୍ରଷ୍ଟର ପ୍ରତିଷ୍ଠାତା ଡ଼. କେ ଶ୍ରୀଧର ଆଚାର୍ଯ୍ୟଙ୍କ ଜନ୍ମ ଦିବସ କାର୍ଯ୍ୟକ୍ରମ ପରିସରରେ ପାଳିତ ହୋଇଯାଇଛି। 

ଏହି ଅବସରରେ ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ରାଉଳ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। 

ଏହି ଅବସରରେ ୭୫ଜଣ ବିଧବା ମହିଳାଙ୍କୁ ରେସନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ପରେ ଅନୁଷ୍ଠାନ ପରିସରରେ ଚାରାରୋପଣ ହୋଇଥିଲା। 

ଏହି ସମସ୍ତ କାର୍ଯ୍ୟକ୍ରମରେ ମ୍ୟାନେଜର ଶ୍ରୀ ଏସ୍.ଭି.ରବଣା , କେୟର ଟେକର ଜୟଲକ୍ଷ୍ମୀ ଓ ପ୍ରଭାସିନୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.