ନୂଆଗାଁ/(ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ମହିପୁର ବନ ବିଭାଗ ପକ୍ଷରୁ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ବନମହୋତ୍ସବ ସପ୍ତାହ ର ଶେଷ ଦିନରେ ବନ ବିଭାଗ ପକ୍ଷରୁ ଜାତୀୟ ରାଜପଥଠାରୁ ମିନାଗାଡିଆ ପର୍ଯ୍ୟନ୍ତ ଚାରା ରୋପଣ କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ବନଖଣ୍ତ ଅଧିକାରୀ ଧନରାଜ ଏଚ.ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ। । କାର୍ଯ୍ୟକ୍ରମରେ ଏସସିଏଫ ଶ୍ବେତାଲିନା ସାହୁ, ମହିପୁର ବନାଂଚଳ ଅଧିକାରୀ ଅଭୟକାନ୍ତ ରଥ, ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ, ମହିତମା ବନପାଳ ରାକେଶ କୁମାର ସାହୁ, କୋରଡା ସରପଂଚ ଗୋଲାପ ନାୟକ, ପୂର୍ବତନ ସରପଂଚ ଗୋଲଖ ବିହାରୀ ଗୋଚ୍ଛାୟତ, ବନରକ୍ଷୀ ସୁଧାକର ସାହୁ, ବିନାୟକ ଜେନା, ବିଜୟ କୁମାର ସାହୁ, ଶ୍ରଦ୍ଧାଞ୍ଜଳୀ ସାହୁ, ଶ୍ରୀକାନ୍ତ ସାହୁ, ସମାଜସେବୀ ସାଇ ପ୍ରସାଦ ମିଶ୍ର, ପ୍ରଶାନ୍ତ ଗୋଚ୍ଛାୟତ, ବିରଂଚି ନାରାୟଣ ଚମ୍ପତି ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post