ମହିଳା ସ୍ନାତକ ମହାବିଦ୍ୟାଳୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ବନ ମହୋତ୍ସବ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଯୁବ ରେଡକ୍ରସ ଅଧିକାରୀ ସୁଶ୍ରୀ ମଧୁସ୍ମିତା ପ୍ରଧାନଙ୍କ ତତ୍ୱ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। 

ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ତ୍ରିନାଥ ସାହୁ ଏବଂ ମହାବିଦ୍ୟାଳୟର ଆକସ୍ମିକ ବିୟୋଗରେ ଘଟିଥିବା ଅଧ୍ୟାପିକା ସ୍ୱର୍ଗତ ଡ଼. ଜୟନ୍ତୀ ରଥଙ୍କୁ ଉତ୍ସର୍ଗୀକୃତ କରାଯାଇ ନିମ୍ବ , କଦମ୍ବ ଆଦି ବୃକ୍ଷ ରୋପଣ କରାଯାଇଥିଲା। 

ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା ଏବଂ ଅଣ ଶିକ୍ଷକ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.