ନୂଆଗାଁ/ (ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ପାରାଢ଼ିପି ପଞ୍ଚାୟତ ଅଧିନରେ ଥିବା କଣ୍ଟିଆମ୍ବା ଗ୍ରାମରେ ଅଗ୍ନିକାଣ୍ଡ ଘଟି ତିନି ବଖରା ଭସ୍ମୀଭୂତ ହୋଇଯାଇଛି।ସୂଚନା ଅନୁଯାୟୀ ଗ୍ରାମର ବିଚିକା ମଳିକ ଏବଂ ମୀନକେତନ ମଳିକ ଙ୍କ ଘରେ ଅକସ୍ମାତ୍ ଅଗ୍ନିକାଣ୍ଡ ଘଟିବା ଦ୍ଵାରା ତିନି ବଖରା ଘର ଭସ୍ମୀଭୂତ ହୋଇଯିବା ସହ ଆସବାବ ପତ୍ର ସହିତ ବହୁ ମୂଲ୍ୟବାନ ଦ୍ରବ୍ୟ ପୋଡିଯାଇଛି।ଖବରପାଇ ନୂଆଗାଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ।ସମାଜସେବୀ ସୁଶାନ୍ତ କୁମାର ନାୟକ ,ବିଭୂତି ଭୂଷଣ ପ୍ରଧାନ,ଭଗବାନ ସାହୁ ଅଗ୍ନି ବିପନ୍ନ ଙ୍କ ସମସ୍ୟା ବୁଝିଥିଲେ।