ସୂଚନା ପ୍ରଯୁକ୍ତିକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଉପରେ ମନ୍ତ୍ରୀ ତୁଷାରକାନ୍ତିଙ୍କ ଗୁରୁତ୍ୱ

0 2

ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସମୀକ୍ଷା ବୈଠକ

ଭୁବନେଶ୍ୱର(ଶାସକ ପ୍ରଶାସକ):ବର୍ତ୍ତମାନ ଯୁଗ ହେଉଛି ଆଇଟିର ଯୁଗା ଯେଉଁ ଦେଶ ଆଇଟି କ୍ଷେତ୍ରରେ ଯେତେ ଆଗୁଆ ସେ ଦେଶ ସେତେ ସମୃଦ୍ଧ ଦେଶ ଭାବେ ସମଗ୍ର ବିଶ୍ୱରେ ପରିଗଣିତା ଆମ ଦେଶ ତଥା ରାଜ୍ୟର ବହୁ ଆଇଟି ଡିଗ୍ରୀଧାରୀ ବିଭିନ୍ନ ଦେଶରେ କାର୍ଯ୍ୟକରି ପ୍ରତିଷ୍ଠା ଅର୍ଜନ କରିଛନ୍ତିା ବିଗତ ବର୍ଷମାନଙ୍କ ମଧ୍ୟରେ ଆମ ରାଜ୍ୟ ଓଡ଼ିଶା ଆଇଟି କ୍ଷେତ୍ରରେ ବହୁ ଅଗ୍ରଗତି ହାସଲ କରିଛିା ତେବେ ଆଇଟି କ୍ଷେତ୍ରରେ ସଫଳତାର ଶୀର୍ଷକୁ ଯାଇ ଓଡ଼ିଶାକୁ “ଆଇଟି ହବ୍’ରେ ପରିତ କରିବା ପାଇଁ ଯେଉଁ ଯୋଜନା ରହିଛି, ତାହାକୁ ପୂର କରିବା ଲାଗି ଆମ ସମସ୍ତଙ୍କୁ ବଦ୍ଧପରିକର ହୋଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି କ୍ରୀଡ଼ା ଓ ଯୁବସେବା, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ଅନୁଷ୍ଠିତ ସମୀକ୍ଷା ବୈଠକରେ କହିଛନ୍ତିା

ଆଜି ସ୍ଥାନୀୟ ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସମୀକ୍ଷା ବୈଠକ ମନ୍ତ୍ରୀ ଶ୍ରୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିା ଏଥିରେ ୫-“ଟି’ ଉପକ୍ରମ ଅନୁସାରେ ବିଭାଗ ପକ୍ଷରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲାା ଏଥିରେ ସାଇବର ସିକ୍ୟୁରିଟି, ଭାରତ ନେଟ୍, ମୋ ସରକାର ଯୋଗାଯୋଗ ସେଣ୍ଟର, ମୋ ସେବା କେନ୍ଦ୍ର, ଓଡ଼ିଶା-ଓ୍ୱାନ୍ ପୋର୍ଟାଲର  କାର୍ଯ୍ୟଧାରା ଉପରେ ବରିଷ୍ଠ ଅଧିକାରୀମାନେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲୋ 

ବର୍ତ୍ତମାନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଷ୍ଟେଟ୍ ଡ୍ୟାସବୋର୍ଡ ଜରିଆରେ ଜନସାଧାର କୋଭିଡ୍ ସଂପର୍କିତ ସୂଚନା ସହିତ ଟେଷ୍ଟିଂ ରିପୋର୍ଟ ଏବଂ ଅକ୍ସିଜେନ ଯୋଗା ସଂପର୍କରେ ସୂଚନା ପାଇପାରୁଛନ୍ତିା ଏଥି ସହିତ ମୋ ସରକାର ଆନାଲିଟିକ୍ ଡ୍ୟାସ୍ବୋର୍ଡ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛିା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ସ୍ମାର୍ଟ କ୍ଲାସରୁମ , ଉଚ୍ଚଶିକ୍ଷା ବିଭାଗର ଅନ୍ଲାଇନ୍ ଆଡମିଶନ ବ୍ୟବସ୍ଥା ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କାର୍ଯ୍ୟକୁ ଅତି ସୁଚାରୁ ରୂପେ ସଂପାସନ କରି ଲୋକଙ୍କ ଆଶାବିଶ୍ୱାସ ଜିତିପାରିଥିବାରୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ସାଧୁବାଦ ଜଣାଇଥିଲୋ ଏହି ବୈଠକରେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ତଥା ଓକାକର  ସିଇଓ ମନୋଜ କୁମାର ପଟ୍ଟନାୟକ ଏବଂ ଓକାକ୍ ଜେନେରାଲ୍ ମ୍ୟାନେଜର ମଧୁମିତା ରଥ ପ୍ରମୁଖ ଉପସ୍ଥିତ ଥିଲୋ

Leave A Reply

Your email address will not be published.