ବୁଗୁଡା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା)ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଙ୍ଘ, ବୁଗୁଡା ଶାଖା ପକ୍ଷରୁ ଏମ.କୃଷ୍ଣ ମୋହନ ପାତ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବୁଗୁଡା ମାଳିଝୋଳା ଠାକୁରାଣୀ ମନ୍ଦିର ପରିସରରେ ଜୁଲାଇ ୪ ତାରିଖ ଦିନ ବୁଗୁଡା ବ୍ଲକ ସରକାରୀ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ସଭାପତି ସନ୍ତୋଷ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ବୁଗୁଡା ସବ ଟ୍ରେଜେରୀର ଚତୁର୍ଥ ଶ୍ରେଣୀ କର୍ମଚାରୀ ଏମ.କୃଷ୍ଣ ମୋହନ ପାତ୍ର ଜୁନ ୩୦ ତାରିଖ ଦିନ ଅବସର ନେଇଥିବା ବେଳେ ଶ୍ରୀ ପାତ୍ରଙ୍କ ଉପଢୌକନ ଓ ଶ୍ରଦ୍ଧା ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସଙ୍ଘର ଉପଦେଷ୍ଟା ଚନ୍ଦ୍ରଶେଖର ପଣ୍ଡା, ଉପସଭାପତି ଚକ୍ରଧର ସାହୁ, କାର୍ଯ୍ୟକାରୀ କମିଟି ସଭ୍ୟ ସୀମାଞ୍ଚଳ ସାହୁ ପ୍ରମୁଖ ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ। ବ୍ଲକ ସଙ୍ଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post