ଆର୍ଥିକ ଅସୁବିଧାରେ ଥିବା ଜାତୀୟ ତଥା ଆନ୍ତର୍ଜାତୀୟ ପଦକ ବିଜେତା କ୍ରୀଡ଼ାବିତଙ୍କ ପାଇଁ ସୁଖବର 

0 2

ନୂଆଦିଲ୍ଲୀ :  ଜାତୀୟ ତଥା ଆନ୍ତର୍ଜାତୀୟ କ୍ରୀଡ଼ାରେ ପଦକ ହାସଲ କରି ଦୁଃସ୍ଥିତି ଭିତରେ ଜୀବନ ଅତିବାହିତ କରୁଥିବା କ୍ରୀଡ଼ାବିତଙ୍କ ପାଇଁ ଆଶ୍ବସ୍ତିର ଖବର | ସେମାନେ ଆର୍ଥିକ ସହାୟତା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିପାରିବେ | ଏ ବିଷୟରେ ସୂଚନା ଦେଇଛନ୍ତି କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ | କେନ୍ଦ୍ର ମନ୍ତ୍ରୀ ଏକ ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ,  ଜାତୀୟ ସ୍ତରର ଖେଳ ଏବଂ ଆନ୍ତର୍ଜାତୀୟ ସ୍ତରର ଇଭେଣ୍ଟରେ ପଦକ ଜିତିଥିବା ଯେଉଁ  କ୍ରୀଡ଼ାବିତମାନେ  ଆର୍ଥିକ ଦୁଃସ୍ଥିତି ଭିତରେ  ଜୀବନ ଅତିବାହିତ କରୁଛନ୍ତି ସେମାନେ  ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଜାତୀୟ କ୍ରୀଡ଼ାବିତ କଲ୍ୟାଣ ପାଣ୍ଠି ଅଧୀନରେ  ଆର୍ଥିକ ସହାୟତା ମନ୍ତ୍ରଣାଳୟକୁ ଆବେଦନ କରିପାରିବେ |

ଆବେଦନ କରିବା ପାଇଁ ଆବଶ୍ୟକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |

Details at http://yas.nic.in

Leave A Reply

Your email address will not be published.