ଅସହାୟ ଶୁଭସ୍ମିତା-ସ୍ବାମୀଙ୍କ ଚିକିତ୍ସା ଲାଗି ଅର୍ଥ ସାଜିଛି ବାଧକ

0 2

ତିର୍ତ୍ତୋଲ/ ବାହାଘର ପରେ ସୁଖରେ ଘରସଂସାର କରିବା ଆଶା ମଉଳିଗଲା।ସ୍ବାମୀ ସାରଦା ପ୍ରସନ୍ନ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ହଠାତ ଦୁର୍ଘଟଣାର ଶିକାର ହେଲେ।ଉପଯୁକ୍ତ  ଚିକିତ୍ସା ଲାଗି ଅର୍ଥ ସାଜିଲା ବାଧକ ତେଣୁ ପକ୍ଷାଘାତର ଶିକାର ହୋଇ ଦୀର୍ଘ ତିନିବର୍ଷ ହେବ ଶଯ୍ୟାଶାୟୀ।

ଶାଶୁ ଲକ୍ଷ୍ମୀପ୍ରିୟା ତୁଳଙ୍ଗ ଅଙ୍ଗନବାଡ଼ି ସହାୟିକା | ସେଥିରେ ଯେନତେନ ତିନିପ୍ରାଣୀ କୁଟୁମ୍ବ ପ୍ରତିପୋଷଣ କରନ୍ତି। ଦୁଇଓଳି ଖାଇବା ପାଇଁ ଯେଉଁଠି ସଂଘର୍ଷ ହୁଏ ଚିକିତ୍ସା କଥା ଚିନ୍ତା କରିବାକୁ ସେଠି କାହାର ବା ସାହାସ ଥାଏ।

ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଗଲେ ହୁଏତ ସାରଦା ପ୍ରସନ୍ନ ନିଜ ଗୋଡରେ ଠିଆ ହୋଇପାରନ୍ତେ ତଥା କିଛି କର୍ମସଂସ୍ଥାନ କରି ପରିବାର ଲୋକଙ୍କ ପ୍ରତିପୋଷଣ କରିପାରନ୍ତେ।

ସାରଦା ପ୍ରସନ୍ନ ରଣା ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ତୁଳଙ୍ଗ ପଂଚାୟତର ବାସିନ୍ଦା | ଜନସାଧାରଣରେ ନିଜ ମେଳାପି ଓ ପରୋପକାରୀ ସ୍ବଭାବ ଲାଗି ବେଶ ଜଣାଶୁଣା।

ନିଜ ସ୍ବାମୀଙ୍କ ଚିକିତ୍ସା ଲାଗି ସ୍ତ୍ରୀ ଶୁଭସ୍ମିତା ସାହୁ ଓଡିଶା ସରକାର,ଜିଲ୍ଲା ପ୍ରଶାସନ ସହ ଓଡିଶାର ଜନସାଧାରଣଙ୍କ ପାଖରେ ନିବେଦନ କରିଛନ୍ତି।

 

Leave A Reply

Your email address will not be published.