୩୦୦ ଲିଟର ଦେଶୀ ମଦ ସହିତ ଅଟୋ ଜବତ, ଜଣେ ଗିରଫ ।

0

ଭଦ୍ରକ:ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭ୍ରାମ୍ୟମାଣ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବ୍ରଜମୋହନ ମଲ୍ଲିକଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଆଜି ସକାଳ ୦୬.୦୦ ଘଟିକା ସମୟରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ରାଣୀତାଲ ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବାଲେଶ୍ବର ଆଡୁ ଭଦ୍ରକ ଆଡକୁ ଆସୁଥିବା ଗୋଟିଏ ଯାତ୍ରୀବାହୀ ଅଟୋ ରୁ (ଓଡି-୦୨ଏଟି-୨୧୬୫)  ୩୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସଂପୃକ୍ତ ଶହୀଦନଗର ଥାନା ଅନ୍ତର୍ଗତ ପଥରବନ୍ଧ ଗ୍ରାମର କାର୍ତ୍ତିକ ସିଂ ଙ୍କୁ ଗିରଫ କରାଯାଇଛି । ଜବତ ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ  ୦୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଏ.ଏସ୍‌.ଆଇ ଭବେଶ ଦାସ, ପ୍ରହଲାଦ ସାମଲ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ସତ୍ୟରଞ୍ଜନ ସେଠୀ,  ଖଗେଶ୍ୱର ଜେନା, ଅନବାଦିତ୍ୟ ବାରିକ ପ୍ରଭୃତି ସାମିଲ ଥିଲେ । ଏନେଇ ଅବକାରୀ ବିଭାଗ କେସ ନଂ-୭୧/୨୧-୨୨ ମୂଳେ ମାମଲା ରୁଜ୍ଜୁ କରାଯାଇଛି।

Leave A Reply

Your email address will not be published.