ଟାଲ ଗ୍ରାମରେ ବିନ୍ଧ୍ୟଗିରି ବିଂଝାଲ ସମାଜ ପକ୍ଷରୁ ବିନ୍ଧ୍ୟବାସିନୀ ପିଠରେ ଭୂମି ପୂଜନ ।

0

ପଦ୍ମପୁର (ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଟାଲ ଗ୍ରାମରେ ସ୍ବାଲାଖ ବିନ୍ଧ୍ୟଗିରି ବିଂଝାଲ ସମାଜର ଅଧିଷ୍ଠାତ୍ରୀ ଦେବୀ ବିନ୍ଧ୍ୟବାସିନୀଙ୍କ ପୀଠରେ ଗୁରୁବାର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଟାଲ ବିଂଝାଲ ସମାଜ କମିଟିର ସଭାପତି ଶ୍ୟାମଲାଲ ବରିହାଙ୍କ ଆହ୍ବାନକ୍ରମେ ଉତ୍ସବରେ ମୁଖ୍ୟ ଅତିଥି ଭୋଜରାଜ ସିଂ ବରିହା, ସମାଜସେବୀ ଅଶ୍ବିନୀ ଭୋଇ, ରାଜବୋରାସମ୍ବର ବିଂଝାଲ ସମାଜ ସଭାପତି ରାମଚନ୍ଦ୍ର ବରିହା, ଲଉଡିଦର୍ହାର ରାଜକୁମାର ବରିହା, କଲେଣ୍ଡାର ଅମୃତ ବରିହା, ଜ୍ଞାନର ବିନ୍ଧ୍ୟ ନେଗି, ପଲସାପାଲିର ରାହାସ ହୁଏ, କରମସିଂ ଭୁଏ ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply

Your email address will not be published.