ସୋଆ ଏନ୍ଏସ୍ଏସ୍ ପକ୍ଷରୁ ମୁଖ କର୍କଟ ସଚେତନତା ୱେବିନାର

0

ଭୁବନେଶ୍ୱର: ମୁଖ ଗହ୍ୱର କର୍କଟ ରୋଗ ସଚେତନତା ପାଇଁ ସୋଆ ଏନ୍ଏସ୍ଏସ୍ ପକ୍ଷରୁ ବୁଧବାର ଏକ ୱେବିନାର୍ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନ୍ଷ୍ଟଯୁତ  ଅଫ୍ ଡେଂଟାଲ୍ ସାଇନ୍ସେସ୍ ର ପ୍ରଫେସର ସତ୍ୟରଞ୍ଜନ ମିଶ୍ର “ତମାଖୁ, ପାଟିର ଖଳନାୟକ” ଶୀର୍ଷକ ଆଲୋଚନା କରିଥିଲେ ।

ମୁଖ କର୍କଟ ରୋଗର କାରଣ ଓ ନିଦାନ ସମ୍ପର୍କରେ ବାସ୍ତବ ରୋଗୀ ସେବାର ଚିତ୍ର ଜରିଆରେ ସେ ବୁଝାଇବା ସହିତ କର୍କଟ ରୋଗର କେଉଁ ଲକ୍ଷଣ ପ୍ରତି ଯତ୍ନବାନ ହେଲେ ଆଗରୁ ଚିହ୍ନଟ କରିହେବ ସେ ବିଷୟରେ କହିଥିଲେ । ତୁରନ୍ତ ଡାକ୍ତରଙ୍କ ପରାମର୍ଶ ସୁସ୍ଥତା ହାର ବଢ଼ାଇ ଥାଏ ବୋଲି ସେ କହିଥିଲେ ।

ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର କର୍କଟ ରୋଗରୁ ପ୍ରତିବର୍ଷ କେମିତି ମୃତ୍ୟୁ  ସଂଖ୍ୟା ବଢ଼ି ଚାଲିଛି ସେ ବିଷୟରେ କହିଥିଲେ । ସ୍ତନ କର୍କଟକୁ ପ୍ରଥମରୁ ଚିହ୍ନଟ କରିବାର ଉପାୟ ମଧ୍ୟ ବତାଇଥିଲେ ।

ରାଜ୍ୟ ଏନ୍ଏସ୍ଏସ୍ ଅଧିକାରୀ ଡ. ରମେଶ କୁମାର ବେହେରା ସମୟୋପଯୋଗୀ ବିଷୟ ଉପରେ ସୋଆ ଏନ୍ଏସ୍ଏସ୍ ଦ୍ୱାରା ଶୃଙ୍ଖଳା ସହିତ ଆୟୋଜିତ ୱେବିନାରର ପ୍ରଶଂସା କରିଥିଲେ ଏବଂ କିପରି ଆଗାମୀ ଦିନରେ ଉଚ୍ଚ ସଯିକ୍ଷାନୁଷ୍ଠାନରେ ତମାଖୁ ବର୍ଜନ ସଚେତନତା କାର୍ଯ୍ୟକ୍ରମକୁ ଓଡ଼ିଶା ସରକାର ପ୍ରାଥମିକତା ଦେବେ ସେ ବିଷୟରେ କହିଥିଲେ ।

ଭୁବନେଶ୍ୱର ଆଂଚଳିକ ଏନ୍ଏସ୍ଏସ ନିର୍ଦ୍ଦେଶିକା  ସୁଶ୍ରୀ ସରିତା ପଟେଲ କିଭଳି ନିର୍ଭୁଲ୍ ତଥ୍ୟ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀଙ୍କ ପାଖରେ ପହଂଚି ପାରିବ ସେଥିପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ ।

ଅନ୍ୟତମ ବକ୍ତା ଓଡ଼ିଶା କ୍ୟାନ୍ସର କେୟାର ଫାଉଣ୍ଡେସନର  ଡ. ପ୍ରଣତି ହିରଲକର ମୁଖ କର୍କଟ ସଚେତନତା ସହିତ ତମାଖୁ ବଦଭ୍ୟାସ ଛାଡିବାର ବିଭିନ୍ନ ପଦକ୍ଷେପ ଉପରେ କହିଥିଲେ । ଡିନ୍ (ଛାତ୍ରମଙ୍ଗଳ) ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଅତିଥି ପରିଚୟ ଦେଇଥିଲେ ।

ଜୁନ୍ ମାସରେ ହୋଇଥିବା ଏନ୍ଏସ୍ଏସ୍ ଓ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମର ଏକ ରିପୋର୍ଟ ଉପସ୍ଥାପନା କରିଥିଲେ ୟୁନିଭର୍ସିଟି ଆଉଟ୍ରିଚ୍ ପ୍ରୋଗ୍ରାମ ତଥା ଏନ୍ଏସ୍ଏସ୍ ସଂଯୋଜକ ପ୍ରଫେସର ନଚିକେତା କେ. ଶର୍ମା । ଅତିରିକ୍ତ ପ୍ରୋଗ୍ରାମ ସଂଯୋଜକ ଡ. କମଳ ଲୋଚନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଗୁଗୁଲମିଟ ଓ ୟୁଟିୟୁବ୍ ରେ ପ୍ରସାରିତ ଏହି କାର୍ଯ୍ୟକ୍ରମରେ ୩୦୦ରୁ ବେଶି ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର, ସ୍ୱେଚ୍ଛାସେବୀ ଓ ଅନ୍ୟାନ୍ୟ କର୍ମକର୍ତା ଯୋଗ ଦେଇଥିଲେ । 

Leave A Reply

Your email address will not be published.