ପଦ୍ମପୁର(ଶାସକପ୍ରଶାସକ)-ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗ୍ରାମ ପଞ୍ଚାୟତ ର ବେହେରାବାହାଲି ଗାଁ ର ଜୟକୁମାରୀ କୁମ୍ଭାର (୫୪) ଜଣେ ଅସହାୟ ବିଧବା। ତାଙ୍କ ର ଆଗ ପଛରେ କେହି ନାହାନ୍ତି। ସେ ପଦ୍ମପୁର ବ୍ଳକ ର ବଗେଇଜୁରୀ ଗ୍ରାମ ରେ ବିବାହ କରିଥିଲେ। ମାତ୍ର ପାଞ୍ଚ ବର୍ଷର ଘର ସଂସାର କଲାପରେ ତାଙ୍କ ସ୍ବାମୀ ଙ୍କ ମୃତ୍ୟୁ ହୋଇଗଲା।ଏହା ପରେ ଶାଶୁ ଘରେ ନିର୍ଯ୍ୟାତନା ଦେବା ଆରମ୍ଭ କଲେ। ଶେଷରେ ବାଧ୍ୟ ହୋଇ ସେ ବାପ ଘରକୁ ଚାଲିଆସିଲେ।ଏବେ ଆଉ ତାଙ୍କ ମା’ବାପା ମଧ୍ୟ ନାହାଁନ୍ତି।ସେ ସଂପୂର୍ଣ୍ଣ ରୁପେ ଏକାକି ବେସାହାରା। ଅନ୍ୟ ର ଯାଗାରେ କୁଡ଼ିଆ ଟିଏ କରି ଜୀବନ ବିତାଉଛନ୍ତି। ସରକାରୀ ସହାୟତା କହିଲେ ଭତ୍ତା ୫୦୦ ଓ ମାସକୁ ୫ କିଲୋ ଚାଉଳ। ଇନ୍ଦିରା ଆବାସ ପାଇଁ ସେ ଦୀର୍ଘ ୭ ବର୍ଷ ହେଲା ସ୍ଥାନୀୟ ସରପଞ୍ଚ , ଓ୍ବାଡମେମ୍ବର ଏପରିକି ଗାଇସିଲେଟ ବିଡ଼ିଓ ଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ କିଛି ସୁଫଳ ମିଲି ନାହିଁ। ଆଜି ପର୍ଯ୍ୟନ୍ତ ତାଙ୍କୁ ଇନ୍ଦିରା ଆବାସ ଟିଏ ମିଲିପାରି ନାହିଁ। ପ୍ରଶାସନ ଅସହାୟ ଜୟକୁମାରୀଙ୍କ ପ୍ରତି ଟିକେ ସଦୟ ହେଲେ ହୁଅନ୍ତାନି !!!
Sign in
Sign in
Recover your password.
A password will be e-mailed to you.