ଟିଟିଲାଗଡ, ( ଗୌରବ ଦର୍ଜୀ):ଦିନକୁ ଦିନ ଟିଟିଲାଗଡ ସହର ରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଟ୍ରାଫିକ ସମସ୍ୟା ସାଙ୍ଗକୁ ସହର ର ଜନଗହଳି ପୂର୍ଣ୍ଣ ରାସ୍ତା ରେ ଭାରିଯାନ ଚଳାଚଳ ଯୋଗୁଁ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି। ଆଜି ଟିଟିଲାଗଡ଼ ସହର ସର୍ଗିଗୁଡା ସ୍ଥିତ ବଜାଜ ସୋ ରୁମ୍ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସିଟି ସ୍କୁଲ ପଟରୁ ଆସୁଥିବା ଏକ ହାଇଡ୍ରା ଜଣେ ମହିଳା ଙ୍କୁ ଦଳିଦେବା ଯୋଗୁଁ ଘଟଣା ସ୍ଥଳରେ ହିଁ ମହିଳାଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ଦେବକୀ ହରପାଳ ଏବଂ ସ୍ଥାନୀୟ ମଦନଜାଲ ଛକ ର ବୋଳି ସୂଚନା ମିଳିଛି। ପୋଲିସ ଘଟଣା ସ୍ଥଳରେ ପହଂଚି ଶବ କୁ ଜବତ କରି ପୋର୍ଟମୋର୍ଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ହାଇଡ୍ରା ଗାଡି ଚାଲକ ଜଣକ ଫେରାର ହୋଇଯାଇଥିବା ବେଳେ ଘଟଣା ସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି। ମୃତକ ଦେବକୀ ହରପାଲ ଙ୍କ ଘରେ ଗୋଟିଏ ବିକଳାଙ୍ଗ ପୁଅ , ଗୋଟିଏ ବିକଳାଙ୍ଗ ବୋହୂ ସହ ୪ ଟି ନାତିନାତୁଣୀ ଥିବା ବେଳେ ବୃଦ୍ଧା ଜଣକ ଭିକ୍ଷା ବୃତ୍ତି କରି ଚାଲୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଟିଟିଲାଗଡ ପୋଲିସ ଘଟଣା ସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବା ସହ ଗାଡି ମାଲିକ ନିଜ ତରଫ ରୁ ମୃତକ ଙ୍କ ପରିବାର କୁ ଅନୁକମ୍ପା ରାଶି ପ୍ରଦାନ କରିବେ ବୋଲି ନିଷ୍ପତ୍ତି ନେବା ପରେ ମହୋଲ ଶାନ୍ତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.