ଏଆଇଏଫ ପ୍ରଦତ୍ତ ଅକ୍ସିଜେନ କନସେନଟ୍ରେଟରକୁ କଟକ ଜିଲ୍ଲା ପାଇଁ ହସ୍ତାନ୍ତର କଲେ ମନ୍ତ୍ରୀ ପ୍ରତାପ ଜେନା 

0

 https://www.youtube.com/watch?v=bvJ0RODe7EU

କଟକ (ଶାସକ ପ୍ରଶାସକ) : ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ(ଏଆଇଏଫ) ପକ୍ଷରୁ କଟକ ଜିଲ୍ଲା ପାଇଁ ପ୍ରଦାନ କରାଯାଇଥିବା ୨୩ ଗୋଟି  ଅକ୍ସିଜେନ କନସେନଟ୍ରେଟରକୁ ଆଜି  ପଞ୍ଚାୟତିରାଜ, ପାନୀୟଜଳ, ଗୃହ ନିର୍ମାଣ -ନଗର ଉନ୍ନୟନ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ଆଜି  ଜିଲ୍ଲାପ୍ରଶାସନକୁ ହସ୍ତାନ୍ତର କରିଛନ୍ତି | 

ଆଜି କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଜେନା ଏହି ଅକ୍ସିଜେନ କନସେନଟ୍ରେଟର ଗୁଡିକୁ ଲୋକଙ୍କ ପାଇଁ ହସ୍ତାନ୍ତର କରି କୋଭିଡ ଲଢେଇରେ ଏହା ବିଶେଷ ସହାୟକ ହେବ ବୋଲି କହିବା ସହ  ଜିଲ୍ଲାର ଗ୍ରାମାଞ୍ଚଳ ଡାକ୍ତରଖାନା ଗୁଡିକରେ ଏଗୁଡିକ ଅକ୍ସିଜେନ ଆବଶ୍ୟକ କରୁଥିବା କୋଭିଡ ରୋଗୀଙ୍କ ପାଇଁ  ବ୍ୟବହାର ହୋଇପାରିବ ବୋଲି ଆଶାବ୍ୟକ୍ତ କରଛନ୍ତି | ଏ ଅବସରରେ ଶ୍ରୀ ଜେନା କହିଛନ୍ତି ଯେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ବ୍ୟାପକ ପଦକ୍ଷେପ ନିଆଯିବା ସହ ସମସ୍ତ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୁମି ଉନ୍ନତ କରାଯାଇଛି | ସବୁ ଜିଲ୍ଲାରେ ଅକ୍ସିଜେନ ଯେପରି ଅଭାବ ରହିବ ନାହିଁ ସେଥିପାଇଁ ବ୍ୟବସ୍ଥା ବି କରାଯାଇଛି | ତୃତୀୟ ଲହର ଆସିବାର ସମ୍ଭାବନା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବହୁବିଧ ପଦକ୍ଷେପ ନିଆଯାଉଛି ବୋଲି ସାମ୍ବାଦିକଙ୍କ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି | ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ କଟକ ଜିଲ୍ଲା ପାଇଁ ଆଗାମୀଦିନରେ ଅଧିକ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଥିବା ମନ୍ତ୍ରୀ ଶ୍ରୀ ଜେନା ଏ ଅବସରରେ ସୂଚନା ଦେଇଥିଲେ | ଏହି ଅବସରରେ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜିଲ୍ଲା କୋଭିଡ ନୋଡାଲ ଅଫିସର ଉପସ୍ଥିତ ଥିଲେ | 

Leave A Reply

Your email address will not be published.